ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ଏଥର ପାକିସ୍ତାନ ଆୟୋଜନ କରିବାକୁ ଯାଉଛି। ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଚାମ୍ପିଅନ୍ସ ଟ୍ରଫିରେ ମୋଟ ୮ଟି ଦଳ ଖେଳିବେ, ଯେଉଁଥିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମେତ ୬ଟି ଦେଶ ସେମାନଙ୍କ ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳ ଓ ପାକିସ୍ତାନ ଦଳ ଏବେ ବି ଅପେକ୍ଷା କରିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ପ୍ରଶିକ୍ଷକ ରବ୍ ୱାଲ୍ଟର ସୋମବାର (ଜାନୁଆରୀ ୧୩) ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ ତେମ୍ବା ବାଭୁମା। ଦକ୍ଷିଣ ଆଫ୍ରିକା ମୁଖ୍ୟତଃ ସେହି କୋର୍ ଗ୍ରୁପ୍କୁ ବଜାୟ ରଖିଛି ଯାହା ସେମାନଙ୍କୁ ଦିନିକିଆ ବିଶ୍ୱକପ୍ ୨୦୨୩ର ସେମିଫାଇନାଲରେ ପହଞ୍ଚାଇଥିଲା।
କ୍ରିକେଟପ୍ରେମୀମାନେ ଏବେ ବି ଭାରତୀୟ ଦଳ ଓ ପାକିସ୍ତାନ ଦଳର ଘୋଷଣାକୁ ଅପେକ୍ଷା କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସ୍ୱତନ୍ତ୍ର ବୈଠକ ଜାନୁଆରୀ ୧୮-୧୯ତାରିଖରେ ଅନୁଷ୍ଠିତ ହେବ। ଏହି ସମୟରେ ଦଳ ଘୋଷଣା ହୋଇପାରେ।
ବାଂଲାଦେଶ ଦଳ: ନଜମୁଲ ହୁସେନ୍ ଶାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତନଜିଦ୍ ହାସନ, ତୌହିଦ୍ ହୃଦୟ, ମୁସ୍ଫିକୁର ରହିମ୍, ମହମୁଦୁଲ୍ଲା, ଜାକର ଅଲ୍ଲୀ ଅନିକ, ମେହେଦି ହାସନ ମିରାଜ୍, ରିଶାଦ ହୁସେନ, ତାସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ପରଭେଜ ହୁସେନ୍ ଏମନ, ନସୁମ ଅହମ୍ମଦ, ତାନଜିମ୍ ହାସନ ସକିବ, ନାସୁମ୍ ଅହମ୍ମଦ, ତାନଜିମ୍ ହାସନ ସକିବ, ନାହିଦ ରାଣା।
ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭୋନ କନୱେ, ଲକି ଫର୍ଗୁସନ, ମ୍ୟାଟ୍ ହେନରୀ, ଟମ୍ ଲାଥାମ୍, ଡାରିଲ୍ ମିଚେଲ୍, ୱିଲ୍ ଓରୋର୍କେ, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବୀନ୍ଦ୍ର, ବେନ୍ ସିୟର୍ସ, ନାଥନ୍ ସ୍ମିଥ୍, କେନ୍ ୱିଲିୟମସନ୍ ଓ ୱିଲ୍ ୟଙ୍ଗ୍।
ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), ଟୋନି ଡି ଜୋର୍ଜି, ମାର୍କୋ ଜାନସେନ୍, ହେନରିକ୍ କ୍ଲାସେନ୍, କେଶବ ମହାରାଜ, ଏଦେନ୍ ମାର୍କରାମ, ଡେଭିଡ୍ ମିଲର୍, ଭିଆନ୍ ମଲ୍ଡର୍, ଲୁଙ୍ଗି ଏନ୍ଗିଡି, ଏନ୍ରିକ୍ ନୋର୍ଟଜେ, କାଗିସୋ ରାବାଡା, ରିଆନ୍ ରିକେଲଟନ୍, ତବ୍ରେଜ୍ ଶାମ୍ସି, ଟ୍ରିଷ୍ଟନ୍ ଷ୍ଟବ୍ସ୍, ରାସି ଭାନ୍ ଡେର୍ ଡୁସେନ୍।
ଆଫଗାନିସ୍ତାନ ଦଳ: ହାଶ୍ମତୁଲ୍ଲା ସାହିଦି (ଅଧିନାୟକ), ଇବ୍ରାହିମ୍ ଜାଦ୍ରାନ, ରହମାନୁଲ୍ଲା ଗୁରବାଜ, ସେଦିକୁଲ୍ଲା ଅଟଳ, ରହମତ ଶାହ, ଇକ୍ରାମ୍ ଅଲିଖିଲ, ଗୁଲବଦିନ ନାଇବ, ଅଜମାତୁଲ୍ଲା ଉମରଜାଇ, ମହମ୍ମଦ ନବୀ, ରସିଦ ଖାନ୍, ଏଏମ୍ ଗଜାନଫର, ନୁର ଅହମ୍ମଦ, ଫଜଲହକ୍ ଫାରୁକି, ଫରିଦ ମଲ୍ଲିକ, ନାଭିଦ ଜାଦ୍ରାନ।
ଇଂଲଣ୍ଡ ଦଳ: ଜୋସ୍ ବଟଲର (ଅଧିନାୟକ), ଜୋଫ୍ରା ଆର୍ଚର, ଗୁସ୍ ଆଟକିନସନ, ଜାକବ ବେଥେଲ, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ବେନ୍ ଡକେଟ୍, ଜେମି ଓଭରଟନ୍, ଜେମି ସ୍ମିଥ୍, ଲିଆମ୍ ଲିଭିଂଷ୍ଟୋନ୍, ଆଦିଲ ରସିଦ୍, ଜୋ ରୁଟ୍, ସାକିବ ମହମ୍ମଦ, ଫିଲ୍ ସଲ୍ଟ, ମାର୍କ ଉଡ୍।
ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଆଲେକ୍ସ କ୍ୟାରି, ନାଥନ୍ ଏଲିସ୍, ଆରୋନ୍ ହାର୍ଡି, ଜୋସ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଙ୍ଗଲିସ୍, ମାର୍ନସ୍ ଲାବୁସାନେ, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ସର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍ ଓ ଆଡାମ୍ ଜାମ୍ପା।