ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଦ୍ ମିଲାଦ-ଉନ-ନବୀ ଅବସରରେ ଦେଶବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, "ଇଦ୍ ମୁବାରକ। ମିଲାଦ-ଉନ-ନବୀ ଅବସରରେ ଶୁଭେଚ୍ଛା। ସୌହାର୍ଦ୍ଦ୍ୟ ଓ ଏକତା ସର୍ବଦା ବଜାୟ ରହୁ। ଚାରିଆଡ଼େ ସୁଖ ସମୃଦ୍ଧି ଜାରି ରହୁ।
ଏହା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପବିତ୍ର ମହମ୍ମଦ ସମାନତା ଆଧାରିତ ମାନବ ସମାଜର ଉଦାହରଣ ସୃଷ୍ଟି କରିଛନ୍ତି। ମୁର୍ମୁ କହିଛନ୍ତି, ପବିତ୍ର ମହମ୍ମଦଙ୍କ ଜନ୍ମଦିନ ମିଲାଦ-ଉଲ-ନବୀର ପବିତ୍ର ଅବସରରେ ମୁଁ ସମସ୍ତ ଦେଶବାସୀ, ବିଶେଷ କରି ଆମର ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଭଗବାନ ମହମ୍ମଦ ସମାନତା ଉପରେ ଆଧାରିତ ମାନବ ସମାଜର ଏକ ଚମତ୍କାର ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ଧୈର୍ଯ୍ୟର ସହ ସତ୍ୟର ମାର୍ଗଅନୁସରଣ କରିବାକୁ ମଧ୍ୟ ଶିଖାଇଛନ୍ତି। ଏହି ଅବସରରେ ଆସନ୍ତୁ ଆମେ ସମସ୍ତେ ତାଙ୍କ ଶିକ୍ଷାକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଦେଶର ବିକାଶ ପାଇଁ ସକ୍ରିୟ ରହିବାର ସଂକଳ୍ପ ନେବା।
ଏହି ଅବସରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମିଲାଦ-ଉନ-ନବୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦିନଟି ଆନନ୍ଦ, ପ୍ରେମ ଏବଂ ଏକତ୍ରତାର ଏକ ନୂତନ ଭାବନାରେ ପରିପୂର୍ଣ୍ଣ ହେଉ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, ସମସ୍ତଙ୍କୁ ଇଦ୍ ମିଲାଦ-ଉନ-ନବୀ ମୁବାରକ। ଏହି ଖୁସିର ଅବସର ଆମ ଜୀବନରେ ଶାନ୍ତି, କରୁଣା ଏବଂ ସମୃଦ୍ଧି ଆଣିବ ଏବଂ ସମସ୍ତଙ୍କ ମଧ୍ୟରେ ଏକତା, ସଦ୍ଭାବ, ଦୟା ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି କରନ୍ତୁ।
ଅଧିକ ପଢ଼ନ୍ତୁ: ଇ-ଟ୍ରକ୍ରେ ଅଗ୍ନିକାଣ୍ଡ: ବ୍ୟାଟେରୀର ତାପମାତ୍ରା ପହଞ୍ଚିଲା ୧୦୦୦ ଫରେନ୍ହାଇଟ୍