ନୂଆଦିଲ୍ଲୀ: ଆମେରିକାରେ ଏକ ସେମି ଇଲେକ୍ଟ୍ରିକ ଟ୍ରକ୍ରେ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲିଭାଇବାକୁ ୫୦ ହଜାର ଗ୍ୟାଲନ (୧.୯୦ ଲକ୍ଷ ଲିଟର)ରୁ ଅଧିକ ପାଣି ଖର୍ଚ୍ଚ ହୋଇଛି। ଆମେରିକାର ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଏହି ସୂଚନା ଗଣମାଧ୍ୟମକୁ ଦେଇଛି। ଏଥିରେ କୁହାଯାଇଛି ଯେ, ଏହି ଅଗ୍ନିକାଣ୍ଡ ଗତମାସ କାଲିଫୋର୍ଣ୍ଣିଆରେ ହୋଇଥିଲା।
ଟ୍ରକ୍ରେ ନିଆଁ ଲାଗିବା ଘଟଣା କାର୍ଲିଫୋର୍ଣ୍ଣିଆର ଇଣ୍ଟରଷ୍ଟେଟ୍ ୮୦ରେ ଲେକତୋହାର ପଶ୍ଚିମରେ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଟ୍ରକ୍ ଏକ ବୁଲାଣିରେ ସଡ଼କ ଉପରୁ ଖସିପଡ଼ି ଏକ ଗଛକୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍ର ଚାଳକ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ସାମ୍ନା କରିଥିଲେ। ଟ୍ରକ୍ର ଚାଳକ ଆହତ ହୋଇଥିଲେ।
ରିପୋର୍ଟ ଅନୁସାରେ ଜଳୁଥିବା ଟ୍ରକର ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏହା ବ୍ୟତୀତ ବିମାନର ସହାୟତା ମଧ୍ୟ ନେବାକୁ ପଡ଼ିଥିଲା। ବିମାନ ଉପରୁ ପାଣି ପକାଯାଇଥିଲା।
ଉଦାହାରଣ ସ୍ବରୂପ କୁହାଯାଇପାରେ ଯେ, ୫୦,୦୦୦ ଗ୍ୟାଲେନ ପାଣି ୫୦ ଫୁଟ ଲମ୍ବ ଓ ୨୪ ଫୁଟ ପ୍ରସ୍ଥ ସୁଇମିଂ ପୁଲରେ ରହିପାରିବ। ଏହାର ଗଭୀରତା ୩-୮ ଫୁଟ। ସାଧାରଣତଃ ସୁଇମିଂ ପୁଲର ଲମ୍ବ ୧୦-୨୦ ଫୁଟ ଚଉଡ଼ା ହୋଇଥାଏ। ଟ୍ରକରେ ଅଗ୍ନିକାଣ୍ଡ ଯୋଗୁଁ ରାଜପଥ ଆଇ-୧୮୦ର କିଛି ସ୍ଥାନରେ ୧୫ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ କହିଛନ୍ତି ଅଗ୍ନିକାଣ୍ଡ ସମୟରେ ବ୍ୟାଟେରୀର ତାପମାତ୍ରା ୧୦୦୦ ଫରେନହାଇଟ୍ (୫୪୦ ଡିଗ୍ରୀ)ରେ ପହଞ୍ଚି ଥିଲା।
ଅଧିକ ପଢ଼ନ୍ତୁ: କାନାଡାରେ ଭୂମିକମ୍ପ: ୬.୬ ତୀବ୍ରଗତିରେ ଥରିଲା ପୃଥିବୀ