ନୂଆଦିଲ୍ଲୀ: କାନାଡାରେ ସାଂସଦ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ବିରୋଧରେ ହିଂସା ପ୍ରସଙ୍ଗ ଉଠାଇଥିଲେ। କାନାଡା ସାଂସଦ ଚନ୍ଦ୍ରା ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ମୁଁ ବହୁତ ଚିନ୍ତିତ। କର୍ଣ୍ଣାଟକର ବାସିନ୍ଦା ଚନ୍ଦ୍ରk ଆର୍ଯ୍ୟ ସେପ୍ଟେମ୍ବର ୨୩ରେ ସଂସଦ ପାହାଡ଼ରେ ଏକ ରାଲି କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସେ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋକପାତ କରିବେ। ଆର୍ଯ୍ୟଙ୍କ କହିବା ନୁସାରେ ଏହି ରାଲିରେ ହିନ୍ଦୁଙ୍କ ବ୍ୟତୀତ ବୌଦ୍ଧ ଓ ଖ୍ରୀଷ୍ଟିଆନ ମାନେ ମଧ୍ୟ ସାମିଲ ହେବେ।
ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ମୁଁ ଗଭୀର ଚିନ୍ତିତ। ବାଂଲାଦେଶରେ ଯେତେବେଳେ ବି ଅସ୍ଥିରତା ଦେଖାଦିଏ, ଧାର୍ମିକ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କୁ ଏହାର କ୍ଷତି ସହିବାକୁ ପଡ଼ିଥାଏ।
୧୯୭୧ରେ ସ୍ୱାଧୀନତା ପରଠାରୁ ବାଂଲାଦେଶର ଜନସଂଖ୍ୟାରେ ଧାର୍ମିକ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ସେତେବେଳେ ୨୩.୧ ପ୍ରତିଶତ ସଂଖ୍ୟାଲଘୁ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହିନ୍ଦୁ ଥିଲେ। କିନ୍ତୁ ଏବେ ଏହି ସଂଖ୍ୟାଲଘୁଙ୍କ ସଂଖ୍ୟା ପ୍ରାୟ ୯.୬%କୁ ଖସି ଆସିଛି। ହିନ୍ଦୁ ମାନେ ମୋଟ ଜନସଂଖ୍ୟାର ପ୍ରାୟ ୮.୫% ଅଟନ୍ତି ।
ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଥିବା କାନାଡାର ହିନ୍ଦୁମାନେ ସେମାନଙ୍କ ପରିବାର, ମନ୍ଦିର ଏବଂ ସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତିତ। ସେପ୍ଟେମ୍ବର ୨୩ରେ ହିନ୍ଦୁମାନେ ସଂସଦ ପାହାଡ଼ରେ ଏକ ରାଲି କରି ସେଠାକାର ପରିସ୍ଥିତି ଉପରେ ଆଲୋକପାତ କରିବେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ