ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କରୋଲବାଗ ଅଞ୍ଚଳରେ ଏକ କୋଠା ଭୁଷୁଡ଼ି ଯାଇଛି । ଫଳରେ ସେଥିରେ ରହୁଥିବା କିଛି ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥାଳରେ ପହଁଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିବା ଜଣା ପଡ଼ିଛି ।
ବୁଧବାର ପ୍ରାୟ ୯ଟା ୧୦ ମିନିଟ ସମୟରେ କରୋଲ ବାଗରେ ଏକ କୋଠା ହଠାତ ଭୁଷୁଡ଼ିଥିଲା । ଏ ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ଏଥିରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷ। ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ଦିଲ୍ଲୀର ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଘଟଣା ସମ୍ପର୍କରେ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆତିଶୀ । ଯଥା ସମ୍ଭବ ସାହାଯ୍ୟ କରିବାକୁ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି । ଏହା ସହିତ ଆହତ ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସା ପାଇଁ କହିଛନ୍ତି ଏବଂ ମେୟରଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ସେପଟେ ଯଦି ଅନ୍ୟ କୌଣସି ନିର୍ମାଣଧୀନ କୋଠାରେ ଏଭଳି ସମ୍ଭାବନା ରହିଛି ସ୍ଥାନୀୟ ପ୍ରଶାସନକୁ ଜଣାବାକୁ ସେ ଅନୁରୋଧ କରିଛନ୍ତି ।