ନୂଆଦିଲ୍ଲୀବିହାରର ଚର୍ଚ୍ଚିତ ଆଇପିଏସ୍ ଅଫିସର ତଥା ପୁରା ରାଜ୍ୟରେ ସିଙ୍ଘମ୍ ନାମରେ ଜଣା ଯାଉଥିବା ପୁଲିସ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଇପିଏଏସ୍ ଅଫିସର ଶିବଦୀପ ବାମନରାଓ ଲାଣ୍ଡେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ବିହାରରେ ୪ଟି ଜିଲ୍ଲାରେ ନିଶା କାରବାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ପୁଲିସ ଅଧିକାରୀ ଶିବଦୀପ ଲାଣ୍ଡେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକରେ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ବ୍ୟକ୍ତି କାରଣରୁ ଭାରତୀୟ ପୁଲିସ ସେବାରୁ ନିବୃତ୍ତ ହେଉଛନ୍ତି ବୋଲି ସେ କହିଛନ୍ତି ।
ଦୀର୍ଘ ୧୮ ବର୍ଷ ଧରି ସେ ବିହାରରେ କାର୍ଯ୍ୟରତ ଥିଲେ । ସେ କହିଛନ୍ତି ବିହାର ବାସିନ୍ଦାଙ୍କୁ ସବୁବେଳେ ନିଜ ପରିବାରରୁ ଉର୍ଦ୍ଧ୍ୱରେ ଦେଖନ୍ତି । ଯଦି କାର୍ଯ୍ୟକାଳ ସମୟରେ କିଛି ତ୍ରୁଟି ଥାଏ ତାଙ୍କୁ କ୍ଷମା କରି ଦେବାକୁ ସେ ନିବେଦନ କରିଛନ୍ତି । ସେ ଇସ୍ତଫା ଦେଇଛନ୍ତି ମାତ୍ର ବିହାରରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଶୀବଦୀପ ଲାଣ୍ଡେ ମୁଳତଃ ମହାରାଷ୍ଟ୍ର ଅକୋଲାର ବାସିନ୍ଦା ଅଟନ୍ତି । ତାଙ୍କୁ ନିକଟରେ ନୀତିଶ ସରକାର ପଦୋନ୍ନତି ମଧ୍ୟ ଦେଇଥିଲେ ଏବଂ ସେ ଦାୟିତ୍ୱ ଗ୍ରହଣ ମଧ୍ୟ କରିଥିଲେ । ପୁର୍ଣ୍ଣିୟା କମିଶନରରେ ତାଙ୍କୁ ଆଇଜି ପଦ ମିଳିଥିଲା । ଏହା ସହିତ ସେଠାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।