ନୂଆଦିଲ୍ଲୀ: ବାରଣାସୀରେ ବିଜ୍ଞାପନ ହୋର୍ଡିଂ ଲାଗାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କାଳଭୈରବ ମନ୍ଦିର ଏବଂ କାଶୀ ବିଶ୍ୱନାଥଙ୍କ ମନ୍ଦିର ୫୦୦ ମିଟର ବ୍ୟବଧାନ ମଧ୍ୟରେ କୌଣସି ବିଜ୍ଞାପନ ଲାଗି ପାରିବା ନାହିଁ । ଏହା ସହିତ ସହରର ମୁଖ୍ୟ ଛକର ଚତୁର୍ପାଶ୍ୱ ଏବଂ ଆମ୍ବେଦକର ପାର୍କରୁ ଆରମ୍ଭ କରି କମିଶନରେଟ୍ କାର୍ଯ୍ୟାଳୟ ଏବଂ ସର୍କିକ ହାଉସ ଆଦି ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ବିଜ୍ଞାପନ ହୋର୍ଡିଂ ଏବଂ ବ୍ୟାନର ଲଗାଇବା ଉପରେ ମହା ନଗର ନିଗମ ରୋକ ଲଗାଇଛି । ବିଜ୍ଞାପନ ନିୟନ୍ତ୍ରଣ ଏବଂ ଲାଇସେନ୍ସର ନିୟମାବଳୀ ଅନୁସାରେ ବିଧାନସଭାର ଅନୁମୋଦନ ଆସିବା ପରେ ଏହି ନିୟମ କଡ଼ାକଡ଼ିଭାବେ ପାଳନ କରାଯିବ । ଆସନ୍ତାକାଲିଠାରୁ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବାର ଅଛି ।