ସ୍ବପ୍ନ ନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବପ୍ରସିଦ୍ଧ ଗଣେଶ ଭସାଣି । ଏକାଧିକ ଗଣେଶ ମୂର୍ତ୍ତି କୁ ଆଣି ସମୁଦ୍ର ମଧ୍ୟ ରେ ବିସର୍ଜନ କରାଯାଇଛି । ବାଜା ଢୋଲ ମହୁରୀର ତାଳେ ତାଳେ ରୋଷଣୀ କରି ଆନନ୍ଦର ସହ ଗଣେଶଙ୍କୁ ବିଦାୟ ଦିଆଯାଇଛି । ତେବେ ଏହାକୁ ଦେଖିବା ପାଇଁ ଜନ ସମୁଦ୍ର ପାଲଟିଥିଲା ମୁମ୍ବାଇର ଅନେକ ସମୁଦ୍ର କୂଳ । ଏଥିରେ ଯୋଗ ଦେଇଥିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ । କିଭଳି ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା ନ ହେବ ଏଥିପାଇଁ ତତ୍ପର ଥିଲା ମୁମ୍ୱାଇ ପୋଲିସ । ଏହାସହ ଅନେକ ସାମାଜିକ ସଂଗଠନ ମଧ୍ୟ ଏହିଥିରେ ଯୋଗ ଦେଇ ଲୋକମାନଙ୍କୁ ସାହାଯ୍ୟ ସୁବିଧା ଯୋଗାଇ ଦେଉଥିଲେ । ସମସ୍ତେ ଆନନ୍ଦର ସହିତ ଅଗ୍ରପୂଜ୍ୟ ଗଜାନନଙ୍କୁ ବିଦାୟ ଦେଉଥିଲେ । ସମସ୍ତେ ହୋଲିର ରଙ୍ଗରେ ରଙ୍ଗୋଲି ହୋଇ ଗଜାନନଙ୍କ ଏହି ଉଶ୍ଚବରେ ସାମିଲ ହୋଇଥିଲେ । କୋଳାହଳ ଓ ଲୋକମାନଙ୍କ ସମାଗମରେ ବିଦାୟ ନେଉଥିଲେ ଗଜାନନ ।