ସାମ୍ନାକୁ ଆସିଲା ନୂଆ ସଂସଦ ଭବନର ଭିଡିଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଏକ ଭିଡିଓ ସେୟାର କରିଛନ୍ତି । ଟ୍ୱିଟରରେ ଭିଡିଓ ପୋଷ୍ଟ୍ କରି ମୋଦି ଅନୁରୋଧ କରିଛନ୍ତି ଯେ ନାଗରିକମାନେ ‘ମାଇଁ ପାର୍ଲାମେଣ୍ଟ ମାଇଁ ପ୍ରାଇଡ୍’ ହାସଟାଗ ବ୍ୟବହାର କରି ଏହି ଭିଡିଓ ସେୟାର କରନ୍ତୁ ।
ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି, ନୂଆ ସଂସଦ ଭବନ ପ୍ରତି ଭାରତୀୟଙ୍କୁ ଗର୍ବିତ କରିବ । ଏହି ଭିଡିଓରେ ନୂଆ ସଂସଦ ଭବନର ଏକ ଝଲକ୍ ଅଛି । ମୋର ଏକ ସ୍ୱତନ୍ତ୍ର ଅନୁରୋଧ । ଏହି ଭିଡିଓକୁ ନିଜ ଭଏସ୍ ଓଭର ସହ ସେୟାର କରନ୍ତୁ ଯେଉଁଥିରେ ଆପଣଙ୍କ ନିଜର ବିଚାରଧାରା ପ୍ରତିଫଳିତ ହୋଇଥିବ । ମୁଁ ଏଥିରୁ କିଛି ଟ୍ୱିଟକୁ ରିଟ୍ୱିଟ କରିବି । ତେବେ ‘ମାଇଁ ପାର୍ଲାମେଣ୍ଟ ମାଇଁ ପ୍ରାଇଡ୍’ ହାସଟାଗ କରିବାପାଇଁ ଆଦୌ ଭୁଲନ୍ତୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।