ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟିଲେ ଓଡିଶା ରାଜ୍ୟପାଳ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରାଯାଇଛି । ଓଡିଶାର ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବାସହ ଏକ ଶ୍ରୀ ଗଣେଶଙ୍କ ମୂର୍ତ୍ତି ମଧ୍ୟ ଉପହାର ସ୍ୱରୂପ ଦେଇଛନ୍ତି । ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମଧ୍ୟ ନିଜ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ' ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଏଥିସହ ଓଡ଼ିଶାର ବିକାଶ ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶକ ପ୍ରାପ୍ତ କରିବାର ସୌଭାଗ୍ୟ ମଧ୍ୟ ମିଳିଲା ।
ଅଧିକ ପଢନ୍ତୁ :- ଉଚ୍ଚ ଆୟ ରାଷ୍ଟ୍ରଗୁଡିକରେରେ ସ୍ଥାନ ପାଇଛି ଭାରତ