ଉଚ୍ଚ ଆୟ ରାଷ୍ଟ୍ରଗୁଡିକରେରେ ସ୍ଥାନ ପାଇଛି ଭାରତ । UNDP ଏକ ନୂତନ ରିପୋର୍ଟରେ କହିଛି ଉଚ୍ଚ ଆୟ ଏବଂ ଧନ ଅସମାନତା ସହିତ ଭାରତ ଶୀର୍ଷ ଦେଶ ମଧ୍ୟରେ ସ୍ଥାନିତ ହୋଇଛି । ଏହାସହ ବହୁମୁଖୀ ଦାରିଦ୍ରରେ ବାସ କରୁଥିବା ଜନସଂଖ୍ୟାର ଅଂଶ ୨୦୧୫ -୧୬ ରୁ ୨୦୧୯ -୨୧ ମଧ୍ୟରେ ୨୫% ରୁ ୧୫% ପ୍ରତିଶତକୁ ହ୍ରାସ ପାଇଛି । ସୋମବାର ଦିନ ଆରମ୍ଭ ହୋଇଥିବା ୨୦୧୪ ଏସିଆ-ପାସିଫିକ୍ ମାନବ ବିକାଶ ରିପୋର୍ଟରେ ଭାରତକୁ ନେଇ ଏକ ଚିତ୍ର ଆଙ୍କାଯାଇଛି । କିନ୍ତୁ ଏହାସହିତ ଅସମାନତା ଏବଂ ବ୍ୟାପକ ବ୍ୟାଘାତ ଏକ ଅଶାନ୍ତ ବିକାଶର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ଯାହା ଦେଖି ମାନବ ବିକାଶକୁ ତ୍ୱରାନ୍ୱିତ କରିବାକୁ ନୂତନ ଦିଗ ଆହ୍ୱାନ କରୁଛି ।
ଏଥିସହ ୨୦୦୦ ରୁ ୨୦୨୨ ମଧ୍ୟରେ ଭାରତରେ ମୁଣ୍ଡପିଛା ଆୟ ପ୍ରାୟ ୪୪୨ ଡଲାରରୁ ୨୩୮୯ ଡଲାରକୁ ବୃଦ୍ଧି ପାଇଛି। ଯେତେବେଳେ କି ୨୦୦୪ ରୁ ୨୦୧୯ ମଧ୍ୟରେ ଦାରିଦ୍ର୍ୟ ହାର ୪୦ ରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି।ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ମଧ୍ୟବିତ୍ତ ଶ୍ରେଣୀର ଅଭିବୃଦ୍ଧିରେ ଭାରତ ଦିନକୁ ୧୨ ରୁ ୧୨୦ ଡଲାର ମଧ୍ୟରେ ରହୁଛି। ବିଶ୍ୱ ମଧ୍ୟବିତ୍ତ ଅଭିବୃଦ୍ଧିରେ ଭାରତ ୨୪ ପ୍ରତିଶତ ଯୋଗଦାନ କରିବ ବୋଲି ଆଶା କରାଯାଉଛି।
ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ ୧୮୫ ମିଲିୟନରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ରରେ ଜୀବନ ବିତାଉଛନ୍ତି ଦିନକୁ ୨.୧୫ ଡଲାରରୁ କମ ରୋଜଗାର କରୁଛନ୍ତି। ଯାହାକି COVID-19 ମହାମାରୀର ଆର୍ଥିକ ସଙ୍କଟ ପରେ ଅଧିକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜାତିସଂଘର ସହକାରୀ ସଚିବ ତଥା ଏସିଆର UNDP ର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ରିପୋର୍ଟରେ ଦର୍ଶାଇବା କାରଣ ହେଉଛି ମାନବ ବିକାଶରେ ପୁଞ୍ଜି ବିନିଯୋଗକୁ ପ୍ରାଥମିକତା ଦେବା ଯାହା ଦ୍ୱାରା ପ୍ରତ୍ୟେକ ରାଷ୍ଟ୍ର ଏହା କରିବା ପାଇଁ ନିଜସ୍ୱ ପଥ ପ୍ରସ୍ତୁତ କରିବେ।
ଅଧିକ ପଢନ୍ତୁ :ଦିଲ୍ଲୀରେ ବଦଳିଲା ଟ୍ରାଫିକ ନିୟମ