ବାଲେଶ୍ୱର: କଟକ ପରି ବାଲେଶ୍ୱର ସହର ବି ଅଶାନ୍ତ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ନାଇଟ କର୍ଫ୍ୟୁ ଲଗା ଯାଇଛି । ସୋମବାର ଠାରୁ ଲାଗୁ ହୋଇଥିବା ଏହି ନାଇଟ୍ କର୍ଫ୍ୟୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ସହରରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।
ନିୟମ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ସମସ୍ତ ଦୋକାନୀ ଓ ବ୍ୟବସାୟୀଙ୍କୁ ଏହି ନିୟମ ଅନୁପାଳନ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ପୋଲିସ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି । ଏହି ସମୟରେ ଜରୁରୀ ସେବା ଯଥା ସ୍ୱାସ୍ଥ୍ୟ, ପୋଲିସ୍ ଓ ଅନ୍ୟାନ୍ୟ ଆବଶ୍ୟକ କାର୍ୟ୍ୟକୁ ବାଦ୍ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ଗାପୂଜା ଭସାଣୀ ସମୟରେ ବାଲେଶ୍ବର ସହରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉତ୍ତେଜନା ବଢ଼ି ଗୋଳା ପୋଖରୀ, ମୋତୀ ଗଞ୍ଜ, ସିନେମା ଛକ ଭଳି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇ ପୋଲିସ ଏହି ନାଇଟ୍ କର୍ଫ୍ୟୁ ଲଗାଇଛି। ଏବେ କଟକ ପରି ବାଲେଶ୍ୱରରେ ସେହି ସ୍ଥିତି ଦେଖିବାକୁ ମିଳିଛି ।
Also read: ବ୍ରହ୍ମପୁରରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା