ଗୁଜୁରାଟରେ ତାଣ୍ଡବ ରଚାଉଛି ପ୍ରକୃତି । ଅଦିନିଆ ବର୍ଷା,ଝଡ ଓ ବଜ୍ରପାତରେ ନେଇଚାଲିଛି ଲୋକଙ୍କ ଜୀବନ । ସପ୍ତାହକ ମଧ୍ୟରେ ଗୁଜରାଟରେ ବଜ୍ରପାତରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ବୋଲି ସୂଚନା ମିଳିଛି । ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ହଠାତ ମୌସୁମୀ ସକ୍ରିୟ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ସାରା ରାଜ୍ୟରେ ସତର୍କ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ,ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର କହିଛି ଯେ ଗୁଜରାଟର ବିଭିନ୍ନ ଜିଲ୍ଲାରୁ ବଜ୍ରପାତରେ ପ୍ରାୟ ୨୦ ଜଣକ ମୃତ୍ୟୁ ଘଟିଛି। ଏନେଇ ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରି କହିଛନ୍ତି ଗୁଜୁରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ମୋତେ ଗଭୀର ଦୁଃଖିତ କରିଛି। ଏହି ଦୁଃଖଦ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଅପୂରଣୀୟ କ୍ଷତି ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ସେ ଆଶ୍ୱାସନା ଦେଇ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ରହିବ । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟ ଯଥାଶୀଘ୍ର ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ଜରୁରୀ କାଳୀନ ପରିସ୍ଥିତିରେ ଘରୁ ବାହାରିବା ପାଇଁ କୁହାଯିବ ସହ ସତର୍କ ସୂଚନା ମଧ୍ୟ ଦିଆଯାଇଛି ।
ଅଧିକ ପଢନ୍ତୁ :ଆଉ କିଛି ଘଣ୍ଟାର ଅପେକ୍ଷା : ବାହାର ଦୁନିଆ ଦେଖିବେ ଶ୍ରମିକ