ସୈଫଙ୍କ ଇତିହାସ ବିରୋଧୀ ବୟାନ ଉପରେ ମୀନାକ୍ଷୀଙ୍କ ମନ୍ତବ୍ୟ, କିଛି ଲୋକ ନିଜ ପିଲାଙ୍କ ନାଁ ତୈମୁର ରଖୁଛନ୍ତି
Khabar Odisha:National-news-some-choose-to-name-their-kids-taimur-bjp-leader-takes-on-saif-ali-khan-over-concept-of-india-remark
ନୂଆଦିଲ୍ଲୀ,ଜାନୁଆରୀ ୨୧ (ଖବର ଓଡ଼ିଶା)

ବଲିଉଡ୍‌ ଅଭିନେତା ସୈଫ ଅଲି ଖାନଙ୍କ ଭାରତ ଇତିହାସକୁ ନେଇ ଦେଇଥିବା ବୟାନ ଉପରେ ବିବାଦ ଥମିବାର ନାଁ ନେଉନି । ସାମାଜିକ ବିରୋଧ ପରେ ସେ ଏବେ ରାଜନୈତିକ ବିରୋଧର ମଧ୍ୟ ସାମ୍ନା କରୁଛନ୍ତି । ସୈଫଙ୍କ ବିବାଦୀୟ ବୟାନକୁ ନେଇ ଆଉ ଜଣେ ଟାଣୁଆ ନେତ୍ରୀ ତାଙ୍କୁ ସମାଲୋଚନା କରିଛନ୍ତି । ବିଜେପି ମୁଖପାତ୍ର ମୀନାକ୍ଷୀ ଲେଖୀ ଅଭିନେତାଙ୍କ ପୁଅ ନାଁକୁ ନେଇ ତାଙ୍କୁ କାଠଗଡ଼ାରେ ଠିଆ କରାଇଛନ୍ତି । 

ସୈଫ ଅଲି ଖାନ ନିକଟରେ ରିଲିଜ ହୋଇଥିବା ନିଜର ଫିଲ୍ମ ତାନାଜୀ- ସତବିଂଶ ଶତାବ୍ଦୀର ଜଣେ ମରାଠା ଯୋଦ୍ଧା ନେତାଙ୍କ କାହଣୀ ସମ୍ପର୍କରେ ଏକ ସାକ୍ଷାତକାର ଦେଇ କହିଥିଲେ ଯେ- ମୁଁ ଭାବୁନି ଯେ ଏହା ଇତିହାସ । ମୁଁ ଭାବୁନି ଯେ ସେତେବେଳେ ଭାରତର କୌଣସି ସଂକଳ୍ପନା ଥିଲା, ଯେଉଁ ପର୍ଯ୍ୟନ୍ତ ବ୍ରିଟିଶ ଦେଇନଥିଲେ । 

ସୈଫଙ୍କ ଏହି ହୀନ ବୟାନକୁ ନେଇ ତାଙ୍କୁ ଟୁଇଟରେ ୟୁଜରମାନେ କଡ଼ା ସମାଲୋଚନା କରିଥିଲେ । ମୀନାକ୍ଷୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସେ ନିଜର ଟ୍ୱିଟରେ ଲେଖିଛନ୍ତି- ଏପରିକି ତୁର୍କୀରେ ମଧ୍ୟ ତୈମୁରକୁ ହିଂସକ ଧରଯାଉଛି ! କିନ୍ତୁ କିଛି ଲୋକ ନିଜର ପିଲାଙ୍କ ନାଁ ତୈମୁର ରଖୁଛନ୍ତି । 

Subscribe

National International State Sports Entertainment