ରାଫେଲର ଶକ୍ତି ଦେଖି ସ୍ୱର ବଦଳାଇଲା ପାକ, କହିଲା “ଆମେ ଦୌଡରେ ହିଁ ନାହୁଁ”
Khabar Odisha:National-news-Pakistan-Responds-On-India-Getting-Rafael-Fighter-Jets
ନୂଆଦିଲ୍ଲୀ,ଅକ୍ଟୋବର ୧୦ (ଖବର ଓଡ଼ିଶା):

ଭାରତୀୟ ବାୟୁସେନାକୁ ମିଳିଥିବା ଲଢୁଆ ବିମାନ ରାଫେଲକୁ ନେଇ ଚିନ୍ତାରେ ପାକିସ୍ତାନ । ଏହି ଚିନ୍ତା ଗୁରୁବାର ଦିନ ପାକିସ୍ତାନର ବିଦେଶ ମନ୍ତ୍ରାଳୟର ସାପ୍ତାହିକ ସାମ୍ୱାଦିକ ସମ୍ମିଳନୀ ଅବସରରେ ଦେଖିବାକୁ ମିଳିଥିଲା । ଭାରତର ରାଫେଲ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରାଫେଲରୁ ନଡରିବା କଥା କହିଥିଲେ । 

ଭାରତକୁ ଫ୍ରାନ୍ସରୁ ମିଳିଥିବା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରାଫେଲ ଉପରେ ପଚରା ଯାଇଥିବା ପ୍ରଶ୍ନରେ ପାକିସ୍ତାନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର  ମହମ୍ମଦ ଫୈସଲ କହିଛନ୍ତି, ଆମେ ଏହା ଉପରେ ପୂର୍ବରୁ ଅନେକ ଥର କଥା ହୋଇ ସାରିଛୁ । ଆମର ନୀତି ସ୍ପଷ୍ଟ, ପାକିସ୍ତାନ କୌଣସି ଅସ୍ତ୍ରଶସ୍ତ୍ର ଦୌଡରେ ସାମିଲ ହେବାକୁ ପ୍ରସ୍ତୁତ ନୁହେଁ । ଆମ ସରକାରଙ୍କ ଲକ୍ଷ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ରହିଛି । 

ଭାରତକୁ ରାଫେଲ ମିଳିବା ପରେ ପାକିସ୍ତାନ କେତେ ଚିନ୍ତାରେ ରହିଛି ଏହାର ଝଲକ ପାକ ବିଦେଶ ମନ୍ତ୍ରାଳୟର ମୁଖପାତ୍ରଙ୍କ ବୟାନରୁ ବାରି ହୋଇ ପାରୁଛି । ଫୈସଲ ଆଗକୁ କହିଛନ୍ତି, “ଆମେ ପୁରା ଦୁନିଆକୁ କହିବାକୁ ଚାହୁଁଛି ଯେ ଏହି ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରର ଦୌଡରେ ସାମିଲ କରନ୍ତୁ ନାହିଁ । ଯଦି ଆବଶ୍ୟକ ପଡେ ତେବେ ଆମେ ଆମର ରକ୍ଷା କରିବା ଜାଣିଛୁ, ସେ ରାଫେଲ ହେଉ ଅବା ଅନ୍ୟ ଯାହା ହେଉ”  । 

Subscribe

National International State Sports Entertainment