ସହିଦ କେତନ ଶର୍ମାଙ୍କ ପରିବାରକୁ ୨୫ ଲକ୍ଷ ଆର୍ଥିକ ସହାୟତା ଦେବ ଉତ୍ତର ପ୍ରଦେଶ ସରକାର
Khabar Odisha:Nation-UP-govt-announces-Rs-25-lakh-ex-gratia-job-for-martyred-Major-Ketan-Sharmas-family

ଲଖନଉ, ଜୁନ ୧୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ସରକାର ସହିଦ କେତନ ଶର୍ମାଙ୍କ ପରିବାକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି । ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ କେତନ ଶର୍ମା ଏନକାଉଣ୍ଟରରେ ଚଳିତ ମାସ ୧୭ ତାରିଖରେ ସହିଦ ହୋଇଥିଲେ । ଏଥି ସହିତ ରାଜ୍ୟ ସରକାର ସହିଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  

ସହିଦ ପରିବାରକୁ ସରକାର ଚାକିରୀ ଏବଂ ଆର୍ଥିକ ସହାୟତା ବ୍ୟତୀତ ରାଜ୍ୟ ସରକାର କେତନ ଶର୍ମାଙ୍କ ନାଁରେ ଏକ ସଡ଼କକୁ ନାମକରଣ କରିବେ ବୋଲି ମନ୍ତ୍ରୀ ସୁରେଶ ରାଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଜମ୍ମୁ କଶ୍ମୀରର ଅନନ୍ତନାଗରେ ଜୁନ ୧୭ରେ ଏନକାଉଣ୍ଟରରେ ସହିଦ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୫ ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ସହିଦ ମେଜର କେତନ ଶର୍ମାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବା ପାଇଁ ଘୋଷଣା କରିଥିଲେ ବୋଲି ରାଣା କହିଛନ୍ତି ।  

ମେରଠରେ ମଙ୍ଗଳବାର ସହିଦ ମେଜନ କେତନ ଶର୍ମାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କେତନ ଶର୍ମାଙ୍କ ପାର୍ଥିବ ଶରୀର ନିଜ ନିବାସକୁ ପହଂଚିବା ବେଳକୁ ପରିବାର ଓ ଗାଁ ସ୍ତବ୍ଧ ପାଲଟି ଯାଇଥିଲା । ମେଜର ଶର୍ମା ସୋମବାର ସହିଦ ହୋଇଥିଲେ । ମେଜର ଶର୍ମା ୧୯୮୭ ଅକ୍ଟୋବର ୪ରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୨ରେ ସେନାରେ ଯୋଗଦେଇଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ପୁନେରେ ହୋଇଥିଲା । ପରେ ସେ ୨ ବର୍ଷ ପୂର୍ବରୁ ଜମ୍ମୁ କଶ୍ମୀର ବଦଳି ହୋଇଥିଲେ । ଜମ୍ମୁ କଶ୍ମୀରରେ ସେ ୧୯ ରାଷ୍ଟ୍ରୀୟ ରାଇଫଲ୍ସରେ ଯୋଗଦେଇଥିଲେ ।  

ମେଜର ଶର୍ମା ୬ ବର୍ଷ ତଳେ ଇରା ମନ୍ଦର ଶର୍ମାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ଏକ ୩ ବର୍ଷର ଶିଶୁ କନ୍ୟା ‘କିଆରା’ ଅଛି । 

 

  • Tags:

Subscribe

National International State Sports Entertainment