୪ ମାସରେ ଆଧାର ସହିତ ଯୋଡ଼ି ହେଲେ ୭୯ ଲକ୍ଷ ଶିଶୁ
Khabar Odisha:Nation-UIDAI-enrolls-over-79-lakh-children-under-Bal-Aadhaar-initiative-in-4-months

ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ସରକାରୀ ହେଉ କି ବେସରକାରୀ କାମ ହେଉ, ପ୍ରତିଟି କ୍ଷେତ୍ରରେ ଆଧାରକାର୍ଡର ଗୁରୁତ୍ୱ ରହୁଛି । ଶିଶୁମାନଙ୍କ ପାଇଁ ମଧ୍ୟ ଆଧାରକାର୍ଡ ବାଧ୍ୟତାମୂଳକ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ମଧ୍ୟରେ ୦-୫ ବର୍ଷ ବୟସ ବର୍ଗର ୭୯ ଲକ୍ଷ ଶିଶୁ ଆଧାରକାର୍ଡ ସହିତ ଯୋଡ଼ି ହୋଇଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ବାଲ ଆଧାରକାର୍ଡ ଯୋଜନାରେ ୦-୫ ବର୍ଷର ଶିଶୁଙ୍କ ଆଧାରକାର୍ଡ କରାଯାଉଛି । ଏଥିରୁ ସେମାନଙ୍କୁ ଅନେକ ଲାଭ ମିଳୁଛି । 

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ମଧ୍ୟରେ ୦-୫ ବର୍ଷ ବୟସର ୭୯ ଲକ୍ଷ ଶିଶୁ ଆଧାରକାର୍ଡ ସହ ଯୋଡ଼ି ହୋଇଛନ୍ତି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୦-୫ ବର୍ଷ ବୟସର ୨.୬୪ ଶିଶୁ ବାଲ ଆଧାର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ୨୦୨୨ ଜୁଲାଇ ଶେଷ ସୁଦ୍ଧା ଏହା ୩.୪୩ ପ୍ରତିଶତ ବଢ଼ିଛି । 

 

  • Tags:

Subscribe

National International State Sports Entertainment