ତାମିଲନାଡୁରେ ଲକ୍‌ଡାଉନ୍ କଡ଼ାକଡ଼ି: ଦିନକୁ ପରିବା ଦୋକାନ ଖୋଲା ରହିବ ୪ ଘଣ୍ଟା
Khabar Odisha:Nation-Tamil-Nadu-tightens-lockdown-restrictions-grocery-shops-to-open-for-4-hours-from-6-am

ଚେନ୍ନାଇ, ମେ ୧୫ (ଖବର ଓଡ଼ିଶା): ରାଜ୍ୟରେ ଦୈନିକ ସଂକ୍ରମଣ ୩୧ ହଜାରରୁ ଅଧିକ ଏବଂ ଚେନ୍ନାଇରେ ୭୦୦୦ରୁ ବେଶୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାମିଲନାଡୁ ସରକାର ଲକ୍‌ଡାଉନ୍ ନିୟମକୁ ଅଧିକ କଡ଼ାକଡ଼ି କରିଦେଇଛନ୍ତି । ରାଜ୍ୟରେ ଲକ୍‌ଡାଉନ୍ ଚଳିତ ମାସ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ୨୪ ତାରିଖ ଯାଏଁ ଜାରି ରହିବ । 

ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ସରକାର କରୋନା ନିୟମକୁ କଡ଼ାକଡ଼ି କରିଦେଇଛନ୍ତି । ଗୁରୁବାର ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ସଦସ୍ୟଙ୍କ ବୈଠକରେ ଲକଡାଉନ୍‌ର ନୂତନ କଟକଣା ଚଳିତ ମାସ ୧୫ ତାରିଖ ଠାରୁ ଲାଗୁ ହେବ । ଏହି ସମୟରେ ପରିବା ଦୋକାନ, ତେଜରାତି ଦୋକାନ, ମାଂସ ଓ ଅନ୍ୟ ଆବଶ୍ୟକୀୟ ଦୋକାନ ଗୁଡ଼ିକ ସକାଳ ୬ଟାରୁ ୧୦ ଟା ପର୍ଯ୍ୟନ୍ତ ଖୋଲିବ । ଏହି ଦୋକାନଗୁଡ଼ିକ ମାତ୍ର ୪ ଘଣ୍ଟା ପାଇଁ ଖୋଲିବ । ଇ-କମର୍ସ ସେବା ଯୋଗାଉଥିବା କର୍ମଚାରୀ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣାରୁ ମୁକ୍ତ ରହିବେ । 

ପେଟ୍ରୋଲ ପମ୍ପ, ଏଟିଏମ୍‌, ମେଡିସିନ ଦୋକାନ ଖୋଲା ରହିବ । ରାସ୍ତାକଡ଼ରେ ଥିବା ଅନ୍ୟ ଦୋକାନ ବନ୍ଦ ରଖିବା ପାଇଁ କୁହାଯାଇଥିବା ବେଳେ ଚା’ ଦୋକାନ ମଧ୍ୟ ବନ୍ଦ ରହିବ । 

 

  • Tags:

Subscribe

National International State Sports Entertainment