ଶାହୀସ୍ନାନ ପୂର୍ବରୁ ଗଡ଼ୱାଲ ଓ କୁମାଓ ଯାଉଥିବା ଲୋକେ ହରିଦ୍ୱାର ନଯାଆନ୍ତୁ: ଉତ୍ତରାଖଣ୍ଡ ପୁଲିସ
Khabar Odisha:Nation-Haridwar-police-ready-for-shahi-snan-read-guidelines-and-traffic-details-Kumbh-corona-virus

ହରିଦ୍ୱାର, ଏପ୍ରିଲ ୦୮ (ଖବର ଓଡ଼ିଶା): ହରିଦ୍ୱାରରେ ଆସନ୍ତା ୧୨ ଓ ୧୪ ତାରିଖରେ କୁମ୍ଭମେଳା ଅବସରରେ ଶାହୀସ୍ନାନ ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଉତ୍ତରାଖଣ୍ଡ ପୋଲିସ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଡିଜିପି ଅଶୋକ କୁମାର ଏପ୍ରିଲ ୯ରୁ କୁମାଓ ଓ ଗଡ଼ୱାଲ ଯାଉଥିବା ଲୋକଙ୍କୁ ହରିଦ୍ୱାର ଯିବାରୁ ବର୍ତ୍ତି ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଏଥି ପାଇଁ ଲୋକେ ବିକଳ୍ପ ରାସ୍ତା ଚୟନ କରନ୍ତୁ ବୋଲି ଅପିଲ କରିଛନ୍ତି । 

କୁହାଯାଉଛି ଯେ, ଆଗାମୀ ଶାହୀସ୍ନନ ଅବସରରେ ହରିଦ୍ୱାରରେ ପ୍ରବଳ ଭକ୍ତଙ୍କର ଭୀଡ଼ ହେବ । ଏଥି ପାଇଁ ସମସ୍ତ ରାସ୍ତାରେ ଲୋକଙ୍କର ଭିଡ ହେବ । ଫଳରେ ହରିଦ୍ୱାର ରାସ୍ତାରେ ଯାଉଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବ । ଏହି ଭିଡକୁ ନେଇ ପୋଲିସର ଏବେ ଠାରୁ ଚିନ୍ତା ବଢ଼ିଛି । ଏଥି ପାଇଁ ପୋଲିସ ପ୍ରସ୍ତୁତିକୁ ଜୋରଦାର କରିଦେଇଛି । ପୋଲିସ ଗଡ଼ୱାଲ ଓ କୁମାଉ ଯାଉଥିବା ଲୋକେ ହରିଦ୍ୱାର ନ ଯାଆନ୍ତୁ ବୋଲି ପରାମର୍ଶ ଦେଇଛି । 

ଉତ୍ତରାଖଣ୍ଡ ଡିଜିପିଙ୍କ କହିବା ଅନୁସାରେ ଲୋକେ ରୁରୁକୀ ରାସ୍ତାରେ କୁମାଉ ଯାଇପାରିବେ । ଗଡ଼ୱାଲ ଯାଉଥିବା ଲୋକେ ଡେରାଡୁନ ଓ ଋଷିକେଶ ରାସ୍ତା ବ୍ୟବହାର କରିପାରିବେ । କୁମ୍ଭମେଳା ମୁଖ୍ୟ ସ୍ଥାନର ସୁରକ୍ଷା ନେଇ ଆଜି ହରିଦ୍ୱାରରେ ସୂଚନା ଦିଆଯିବ । ବ୍ୟାପକ ଭାବେ ଯବାନ ମୁତୟନ କରାଯାଇଛି । 

 

  • Tags:

Subscribe

National International State Sports Entertainment