ଦିଲ୍ଲୀର ଶାହିନବାଗ୍ ପ୍ରଦର୍ଶନକୁ ମନେ ପକାଇଲେ ଚାଷୀ ନେତା ରାକେଶ ଟିକାୟତ
Khabar Odisha:Nation-Farmers-protest-govt-should-not-treat-farmers-stir-like-Shaheen-bagh-protest-says-BKU-leader-Rakesh-Tikait

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): ନୂତନ କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ୪ ମାସରୁ ଅଧିକ ସମୟ ଅତିକ୍ରାନ୍ତ କରିଛି । ଏହାରି ମଧ୍ୟରେ ଭାରତୀୟ କୃଷକ ସଂଗଠନ ନେତା ରାକେଶ ଟିକାୟତଙ୍କ ମନରେ ଭୟ ଜାତ ହୋଇଛି ଯେ, ସରକାର ପ୍ରଦର୍ଶନରତ ଚାଷୀଙ୍କ ସହିତ ଗତବର୍ଷ ଦିଲ୍ଲୀର ଶାହିନବାଗରେ ଯେଭଳି କାମ କଲେ, ତାହାର ପୁନରାବୃତ୍ତି ହେବ ନାହିଁ ତ? ସୂଚନାଯୋଗ୍ୟ ଗତ ବର୍ଷ କରୋନା ସଂକ୍ରମଣ ଦେଖାଯିବା ପରେ ପୋଲିସ ପ୍ରଦର୍ଶନକାରୀମାନଙ୍କୁ ଶାହିନବାଗରୁ ବାହାର କରିଦେଇଥିଲା । 

ରାକେଶ ଟିକାୟତ ବୁଧବାର କହିଛନ୍ତି ଯେ, ସରକାର ଚାଷୀ ଆନ୍ଦୋଳନ ସହିତ ସେହିଭଳି ବ୍ୟବହାର ନ କରିବା ଉଚିତ, ଯେଭଳି ଗତବର୍ଷ ଶାହିନବାଗରେ ବିରୋଧ ପ୍ରଦର୍ଶନ ସମୟରେ କରାଗଲା । ନୂଆ କୃଷି ଆଇନ ପ୍ରତ୍ୟାହାର ହେଲେ ଚାଷୀମାନେ ଆନ୍ଦୋଳନ ସ୍ଥଳରୁ ଘରକୁ ଫେରିବେ । ଯଦିଓ ଆମକୁ ୨୦୨୩ ଯାଏଁ ଆନ୍ଦୋଳନ ଜାରି ରଖିବାକୁ ପଡୁ, କିନ୍ତୁ ଏଥି ଲାଗି ମଧ୍ୟ ଆମେ ପସ୍ତୁତ । ଯେତେଦିନ ପର୍ଯ୍ୟନ୍ତ ଆଇନକୁ ନିଷ୍କ୍ରିୟ କରା ନଯାଇଛି, ସେତେଦିନ ଯାଏଁ ଆନ୍ଦୋଳନ ଜାରି ରହିବ ଓ ଚାଷୀମାନେ ଘରକୁ ଫେରିବେ ନାହିଁ । 

ରାକେଶ ଟିକାୟତ କହିଛନ୍ତି ଯେ, ଚାଷୀମାନେ ଆନ୍ଦୋଳନ ସମୟରେ କୋଭିଡ-୧୯ର ସମସ୍ତ ମାର୍ଗଦର୍ଶିକା ପାଳନ କରିବେ । ସରକାର କରୋନା ଭାଇରସ କଥା କହୁଛନ୍ତି । କିନ୍ତୁ ଆମେ ସରକାରଙ୍କୁ କହିଛୁ ଯେ, ଶାହିନବାଗ ଭଳି ବ୍ୟବହାର କରା ନଯାଉ । 

 

  • Tags:

Subscribe

National International State Sports Entertainment