କ୍ରିକେଟ ବେଟିଂରେ ସଂଜୀବ ଚାୱଲାଙ୍କ ସହ ସାମିଲ ଥିଲା ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହୀମ!
Khabar Odisha:Nation-Dawood-Ibrahim-was-involved-with-Sanjeev-Chawla-in-cricket-betting-says-ACP-Ishwar-Singh

ନୂଆଦିଲ୍ଲୀ, ଫେବୃଆରୀ ୧୪ (ଖବର ଓଡ଼ିଶା): ଦୀର୍ଘ ୧୯ ବର୍ଷର ଅପେକ୍ଷା ପରେ ବ୍ରିଟେନ (ଲଣ୍ଡନ)ରୁ ଇଣ୍ଟରନ୍ୟାସନାଲ କ୍ରିକେଟ ବେଟିଂ ସହ ସଂପୃକ୍ତ ସଂଜୀବ ଚାୱଲା ଓରଫ ସଂଜୟକୁ ଗୁରୁବାର ଦିଲ୍ଲୀ ଅଣାଯାଇଛି । ଚାୱଲା ଭାରତ ପହଞ୍ଚିବା ପରେ ଆଉ ଏକ ରହସ୍ୟ ପର୍ଦ୍ଦାଫାଶ ହୋଇଛି । ଏହା ଗୁରୁବାର ରାତି ଏକ ଜାତୀୟ ଗଣମାଧ୍ୟମର ଦ୍ୱାରା ଖୁଲାସା କରାଯାଇଛି । କ୍ରିକେଟ ବେଟିଂରେ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହୀମର ସଂପୃ୍‌କ୍ତି ଥିବା ଜାଣିବାକୁ ମିଳିଛି । କ୍ରିକେଟରେ ଜୁଆଖେଳ ସହିତ ଜଡ଼ିତ ଥିବା ଲୋକଙ୍କୁ ଖୋଜିବାରେ ପ୍ରଥମ ବ୍ୟକ୍ତି ଥିଲେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ସହାୟକ ପୋଲିସ ଆୟୁକ୍ତ ଈଶ୍ୱର ସିଂହ । 

ଏକଦା ଈଶ୍ୱର ସିଂହ ହିଁ ଦିଲ୍ଲୀ ପୋଲିସ ପାଇଁ ଏକାକୀ କାମ କରୁଥିଲେ । ସେ ପୂର୍ବରୁ ଇନ୍ସପେକ୍ଟର ଥିଲେ । ଏହା ଥିଲା ୨୦୦୦ ମସିହାର ଘଟଣା । ସେ କ୍ରିକେଟରେ ବେଟିଂ ସଂପର୍କିତ ମାମଲା ପ୍ରଥମେ ପର୍ଦ୍ଦାଫାଶ କରିଥିଲେ । ସେ ଏବେ ଦିଲ୍ଲୀର ଦକ୍ଷିଣ ଜିଲ୍ଲାର ସଫରଦଜଙ୍ଗ ଇନକ୍ଲେବ ସବ-ଡିଭିଜନରେ ସହାୟକ ପୋଲିସ ଆୟୁକ୍ତ ପଦରେ ଅଛନ୍ତି । ସିଂହ କହିଛନ୍ତି, ସଂଜୀବ ଚାୱଲାଙ୍କୁ ମୁଁ ପ୍ରଥମେ ୨୦୦୦ ମସିହାରେ ଦେଖିଥିଲି । ସେ ସେହିସମୟରେ ଦିଲ୍ଲୀର ହୋଟେଲ ତାଜ ମାନସିଂହର ଏକ ଲବିରେ ରହୁଥିଲା । 

ସେ କହିଛନ୍ତି, ଦୁବାଇରୁ କୋଟି କୋଟି ଟଙ୍କା ଅସୁଲି କରିବାକୁ ଲାଗିପଡ଼ିଥିଲା । ଏହି ସମୟରେ ମୋତେ ଦୁବାଇରୁ ଆସିଥିବା ଏକ ଟେଲିଫୋନ କଲ ଉପରେ ସନ୍ଦେହ ହୋଇଥିଲା । ଛାନଭିନ ସମୟରେ ଟେଲିଫୋନର ବାର୍ତ୍ତାଳାପ ବିଷୟରେ ଜାଣିବାକୁ ମିଳିଥିଲା । ଏହି ସମୟରେ ରାଜେଶ କାଲରା ନାମରେ ଜଣେ ବ୍ୟକ୍ତି ଅନ୍ତର୍ଜାତୀୟ କ୍ରିକେଟ ବେଟିଂ ସଂପର୍କରେ ଟେଲିଫୋନ-ମୋବାଇଲରେ କଥା ହେଉଥିବା ଜାଣିବାକୁ ମିଳିଥିଲା । ଏହି ବାର୍ତ୍ତାଳାପରେ ସଂଜୀବ ଚାୱଲା ସଂପୃକ୍ତ ଥିଲା । 

 

  • Tags:

Subscribe

National International State Sports Entertainment