ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ବାରବାଙ୍କୀରେ ଜଣେ ନେତା ଟ୍ରାଫିକ ପୋଷ୍ଟରେ ନିୟୋଜିତ କନଷ୍ଟେବଳଙ୍କ ଉପରେ କାର ଚଢ଼ାଇ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ କାର ଚଢ଼ାଇ ଦେବା ପରେ ନେତା ଜଣକ କନଷ୍ଟେବଳଙ୍କୁ ଧମକଚମକ ଦେଇଛନ୍ତି । ଏହି ଘଟଣାକୁ କେହି ଜଣେ ଭିଡିଓ ପ୍ରସ୍ତୁତ କରିଛି, ଯାହାକି ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କୁହାଯାଉଛି ଯେ, ନେତା ଜଣକ ସମାଜବାଦୀ ପାର୍ଟି ସହିତ ସଂପୃକ୍ତ ।
ରାମନଗର ଅଞ୍ଚଳରେ ଥିବା ଲୋଧେଶ୍ୱର ମହାଦେବ ମନ୍ଦିରରେ ଶ୍ରାବଣର ଶେଷ ସୋମବାର କାରଣରୁ ପ୍ରବଳ ଭିଡ ଥିଲା । ଚୌକାଘାଟ ପାଖରେ ମଡନା ବେରିୟର ଉପରେ ଟ୍ରାଫିକ ହେଡ କନଷ୍ଟେବଳ ଫିରୋଜ ଆଲମ ଡ୍ୟୁଟିରେ ଥିଲେ । ଏହି ସମୟରେ ବ୍ଲକ ପ୍ରମୁଖ ଲେଖାଯାଇଥିବା ଏକ କାରରେ ଆସୁଥିଲେ । ସେ କନଷ୍ଟେବଳଙ୍କ ଉପରେ କାରକୁ ଚଢ଼ାଇ ଦେଇଥିଲେ । କୁହାଯାଉଛି ଯେ, ମଡନା ଗାଁ ନିବାସୀ ହରିହର ସିଂହ ବ୍ଲକ ପ୍ରମୁଖ ଲେଖି କାରରେ ହଙ୍ଗାମା କରି ଆଗକୁ ଯିବାକୁ ଚାହୁଁଥିଲେ । ହେଡ କନଷ୍ଟେବଳ ତାଙ୍କୁ ଆଗକୁ ନ ଯିବା ପାଇଁ କହି ଅଟକାଇଥିଲେ । ଏଥିରେ ନେତା ଜଣକ ରାଗି ଯାଇଥିଲେ । ତେବେ ଆହତ ହେବା ପରେ କନଷ୍ଟେବଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।