ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ନୁଆଦିଲ୍ଲୀ , ଜୁନ୍ 24(ଖବର ଓଡ଼ିଶା): Share story: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରାଇସିନା ହିଲ୍ ଦୌଡ଼ରେ ବିଜୟୀ ହେଲେ, ଦ୍ରୌପଦୀ ହେବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି । ଦ୍ରୌପଦୀଙ୍କ ପୂର୍ବରୁ ଅନେକ ଅଗ୍ନିବର୍ଷୀ ମହିଳା ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି କରି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜେପି ନଡ୍ଡା ପ୍ରଭୃତି ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଫିସର ପିସି ମୋଦୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ଏହାସହ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଓଡ଼ିଶାରେ ଏବେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଖବର ଓଡ଼ିଶା, Reporter, 24/06/2022