ରାଜୌରୀ: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ବାଦଲ ଗ୍ରାମରେ ୧୭ ଜଣଙ୍କ ରହସ୍ୟମୟ ମୃତ୍ୟୁର କାରଣ କୀଟନାଶକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏ) ଗାଁକୁ ଯାଇ ନମୁନା ପରୀକ୍ଷା କରିବା ପରେ ଗ୍ରାମବାସୀଙ୍କ ଉପରେ ଅର୍ଗାନୋଫୋସ୍ଫୋରସ୍ର ପ୍ରଭାବ ଥିବା ଜାଣିବାକୁ ପାଇଥିଲେ। ଏଫଏସଏସଏ ଟିମ୍ ଜମ୍ମୁ-କଶ୍ମୀରର ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରିଥିବା ବେଳେ ଏହାର ସରକାରୀ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏହି ରିପୋର୍ଟ ପରେ ଜିଏମସି ରାଜୌରୀରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଆଣ୍ଟିଡୋଟ୍-ଆଟ୍ରୋପିନ୍ ଇଞ୍ଜେକସନ୍ ଦିଆଯାଇଥିଲା, ଯାହାର ଭଲ ଫଳାଫଳ ମିଳୁଛି। ବାସ୍ତବରେ, ଅର୍ଗାନୋଫସଫରସ୍ ଦ୍ୱାରା ସୃଷ୍ଟି ହେଉଥିବା ବିଷାକ୍ତତାର ଚିକିତ୍ସା ପାଇଁ ଆଟ୍ରୋପିନ୍ ଇଞ୍ଜେକସନ୍ ବ୍ୟବହାର କରାଯାଏ। ଏବେ ବଡ ପ୍ରଶ୍ନ ହେଉଛି ଅର୍ଗାନୋଫସଫରସ କେଉଁଠୁ ଆସିଲା। କେମିତି ଏତେ ସଂଖ୍ୟକ ଲୋକ ଏହାର ପ୍ରଭାବରେ ଆସିଲେ? ଏହା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି କି?
ଅର୍ଗାନୋଫସଫରସ ଏକ କୀଟନାଶକ ଯାହା ଗହମ, ମକା ଇତ୍ୟାଦିରେ ପ୍ରୟୋଗ କରାଯାଇ ପୋକରୁ ରକ୍ଷା କରାଯାଇଥାଏ। ଅର୍ଗାନୋଫସଫରସ ପ୍ରଭାବରେ ଏହା ଅନେକ ରୋଗ ସହିତ ମୃତ୍ୟୁର କାରଣ ହୋଇପାରେ।
ପାଖାପାଖି ୫୦ ଦିନ ମଧ୍ୟରେ ୧୩ ଜଣ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତ୍ୟୁର କାରଣ ଜାଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃମନ୍ତ୍ରଣାଳୟ ଟିମ୍ ଗାଁକୁ ପଠାଇଥିଲା।ତଦନ୍ତର ସରକାରୀ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ସୂତ୍ରରୁ ପ୍ରକାଶ ଯେ ଏଫଏସଏସଏ ତଦନ୍ତରେ ଅର୍ଗାନୋଫସଫରସ ରେ ମୃତ୍ୟୁର କାରଣ ଜଣାପଡିଛି।
କିଛି ଦିନ ତଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ମୃତ୍ୟୁ କ୍ୟାଡମିୟମ କାରଣରୁ ହୋଇଛି। ପୁଲିସ ଏସ୍ଆଇଟି ମଧ୍ୟ ତଦନ୍ତ ଜାରି ରଖିଥିଲେ ହେଁ କୌଣସି ଠୋସ୍ ସୁରାକ୍ ପାଇନାହିଁ।
ଜିଏସ୍ଏମ୍ସି ରାଜୌରିର ପ୍ରିନ୍ସିପାଲ ଡାକ୍ତର ଏଏସ୍ ଭାଟିଆ କହିଛନ୍ତି ଯେ ଜିଏମସି ଆସୋସିଏଟେଡ୍ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଷେଧକ ଦେବା ପାଇଁ ହିଟ୍ ଆଣ୍ଡ୍ ଟ୍ରାଏଲ୍ ପଦ୍ଧତି ବ୍ୟବହାର କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଆଟ୍ରୋପିନ୍ ର ବ୍ୟବହାର ଜୀବନ ବଞ୍ଚାଇବାରେ ଉଲ୍ଲେଖନୀୟ ଫଳାଫଳ ଦେଖାଇଛି।
"ଆମେ ହୃଦ୍ ସ୍ପନ୍ଦନ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ରୋଗୀଙ୍କୁ ଆଟ୍ରୋପିନ୍ ଦେଇଥିଲୁ। ଏହା ଏକ ପ୍ରକାରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ଯେ ଜିଏମସି ଜମ୍ମୁ ସହିତ ଚଣ୍ଡିଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ସମାନ ଚିକିତ୍ସା ଗ୍ରହଣ କରାଯାଇଛି ଏବଂ ଏହା ରୋଗୀଙ୍କ ଜୀବନ ବଞ୍ଚାଉଛି ।ବାଦଲଙ୍କ ତିନି ଭଉଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେମାନଙ୍କୁ ସୋମବାର ଜମ୍ମୁର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତିନି ଭଉଣୀଙ୍କ ମଧ୍ୟରୁ ଦୁଇ ଭଉଣୀଙ୍କୁ ଜମ୍ମୁର ଶ୍ରୀ ମହାରାଜା ଗୁଲାବ ସିଂ ହସ୍ପିଟାଲରେ ଏବଂ ଜଣେ ଜମ୍ମୁସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।
କଣ୍ଟେନମେଣ୍ଟ ଜୋନ୍ ଭାବେ ସୃଷ୍ଟି ହୋଇଥିବା ବାଦଲ ଗାଁରେ କଟକଣା ଜାରି ରହିଥିବା ବେଳେ କାହାରିକୁ ଅଯଥାରେ ସେଠାକୁ ଯିବାକୁ ଅନୁମତି ନାହିଁ। ଡାକ୍ତରଙ୍କ ଟିମ୍ ଗାଁରେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ଅତିରିକ୍ତ ଡେପୁଟି କମିଶନର ଦିଲ ମୀର କହିଛନ୍ତି, ଆମେ ଲୋକଙ୍କୁ ପାଣି, ଶୁଖିଲା ରାସନ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେଉଛୁ।