ମୁୁମ୍ବାଇ: ସମାଜସେବା ଆନ୍ନା ହଜାରେ ଗୁରୁବାର ଚେତାବନୀ ଦେଇଥିଲେ, ଯଦି ଲୋକାୟୁକ୍ତ ଆଇନ ମହାରାଷ୍ଟ୍ରରେ ଲାଗୁ ନ ହୁଏ ତେବେ ସେ ୨୦୨୬ ଜାନୁଆରୀରୁ ଅନଶନ ଆରମ୍ଭ କରିବେ । ଏହା ପୂର୍ବରୁ ହଜାରେ ୟୁପିଏ ସରକାର ଅମଳରେ ଆନ୍ଦୋଳନ କରିଥିଲେ । ଏହା ସମଗ୍ର ଦେଶକୁ ଦୁର୍ନୀତି ବିରୋଧରେ ଜାଗ୍ରତ କରି ଦେଇଥିଲା । ଆନ୍ଦୋଳନର ପ୍ରଭାବ ଏମିତି ଥିଲା ଯେ, ଏଥିରୁ ସୃଷ୍ଟି ଆମ ଆଦମୀ ପାର୍ଟି ନିର୍ବାଚନ ଲଢି ଜିତିଥିଲା । ଏପରିକି ଆପ୍ ପଞ୍ଜାବରେ ବି ସରକାରରେ ଅଛି । ଲୋକାୟୁକ୍ତ ଆଇନକୁ ନେଇ ଆନ୍ନା ହଜାରେ ଚେତାବନୀ ଦେବାର ପରବର୍ତ୍ତୀ ଦିନ ମହାରାଷ୍ଟ୍ର ବିଧାନସଭାରେ ଏହି ଆଇନକୁ ନେଇ ବଡ ନିଷ୍ପତ୍ତି ହୋଇଛି ।
ବିଧାନସଭାରେ ଏହି ଆକ୍ଟ ଆଧାରରେ ଆଇଏଏସ ଅଧିକାରୀଙ୍କୁ ମଧ୍ୟ ସାମିଲ୍ କରାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହିପରି ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ ୨୦୨୩ ସଂଶୋଧିତ କରାଯାଇଛି । ସରକାରଙ୍କ କହିବା କଥା ଏଥିରେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ପାରଦର୍ଶିତା ବଢିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କ ପକ୍ଷରୁ ବିଧାନସଭାରେ ଆଗତ କରାଯାଇଥିଲା, ଯାହାକୁ ମଞ୍ଜୁରୀ ମିଳିଛି ।
ଫଡଣଭିସ କହିଛନ୍ତି, ଏବେ ଏହି ସଂଶୋଧିତ ଆଇନରେ ସ୍ପଷ୍ଟ ହୋଇଛି ଯେ, ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ଆଇଏଏସ ଅଧିକାରୀ ମଧ୍ୟ ଲୋକାୟୁକ୍ତ ଆଇନ ଆଧାରରେ ଉତ୍ତରଦାୟୀ ରହିବେ । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଲୋକାୟୁକ୍ତ ଆଇନକୁ କେବେଠୁ ଲାଗୁ କରାଯିବ । ଆନ୍ନା ହଜାରେଙ୍କ ଅଭିଯୋଗ, ମହାରାଷ୍ଟ୍ରରେ ଲୋକାୟୁକ୍ତ ଆଇନ ଲାଗୁ କରାଯାଉ ନାହିଁ । ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଆଧାରରେ ରାଜ୍ୟରେ ମଧ୍ୟ ଲୋକାୟୁକ୍ତର ବ୍ୟବସ୍ଥା ଲାଗୁ କରାଯାଇଛି ।
Also read: ଖୋଲିବ ଜୁବିନଙ୍କ ମୃତ୍ୟୁ ରହସ୍ୟ: ୩,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଆସାମ ସିଆଇଡି