ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କେଜ୍ରିୱାଲଙ୍କ ରକ୍ତ ଶର୍କରା ପରିମାଣ ଲଗାତର ଭାବେ କମ୍ ବେଶୀ ହେଉଛି। ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୪୬କୁ ଖସି ଆସିଛି । ତେବେ ରକ୍ତ ଶର୍କରା ସ୍ତର ଏତେ କମ୍ ହେବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ଡାକ୍ତରମାନେ କହିଛନ୍ତି ।
ସୂଚନାଯୋଗ୍ୟ,ଦିଲ୍ଲୀ ମଦ ସ୍କାମ୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡ଼ି ପକ୍ଷରୁ ଗିରଫ କରାଯାଇଛି । ତାଙ୍କୁ ଅଧିକ ପଚରା ଉଚରା ପାଇଁ ଇଡ଼ି ପକ୍ଷରୁ ନ୍ୟାୟିକ ହେପାଜତରେ ରଖାଯାଇଛି । ଏହା ସହିତ ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଭଳି କାର୍ଯ୍ୟକୁ ଅଗଣତାନ୍ତ୍ରିକ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ : କୋଲକାତା ବିମାନବନ୍ଦରରେ ବଡ଼ ଦୁର୍ଘଟଣା !