ବୁଧବାର କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସର ଡେଣା ଏୟାର ଇଣ୍ଡିଆ ବିମାନର ଡେଣା ସହିତ ଧକ୍କା ହୋଇଥିଲା। ଇଣ୍ଡିଗୋ ବିମାନ ଟ୍ୟାକ୍ସିୱେ ଦେଇ ଯାଉଥିବାବେଳେ ବିମାନର କିଛି ଅଂଶ ଏୟାର ଇଣ୍ଡିଆ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଏବଂ ଅନ୍ୟ କ୍ୟାରିଅର ବିମାନ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ପ୍ରୋଟୋକଲ ଅନୁଯାୟୀ, ବିମାନ ଯାଞ୍ଚ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିମାନକୁ ଉଡାଣ ଭରିବାରୁ ବାଦ ଦିଆଯାଇଛି । ଫଳସ୍ୱରୂପ, କୋଲକାତା ଏବଂ ଦରଭଙ୍ଗା ମଧ୍ୟରେ ଇଣ୍ଡିଗୋ ବିମାନ ୬ଇ ୬୧୫୨ ବିମାନ ବିଳମ୍ବ ହୋଇଛି । ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ସମସ୍ତ ଯାତ୍ରୀଙ୍କୁ ଜଳପାନର ବ୍ୟବସ୍ତା କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଅସୁବିଧାକୁ କମ କରିବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି । ପ୍ରୋଟୋକଲ୍ ଅନୁଯାୟୀ, ଘଟଣା ରିପୋର୍ଟ ଠିକ ସମୟରେ ଡିଜିସିଏରେ ଦାଖଲ କରାଯିବ ।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ ଓଲଟିଲା କାର : ୪ ମୃତ