ଭାରସାମ୍ୟ ହରାଇ ଓଲଟିଲା କାର। ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଉତ୍ତର ପ୍ରଦେଶର ବିଜନୋର ନିକଟରେ ଘଟିଛି। ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଏପରିକି ଏହି ଘଟଣାକୁ ନେଇ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ।
ସୂଚନା ଅନୁସାରେ ,ଉତ୍ତର ପ୍ରଦେଶର ବିଜନୋର ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର। ଫଳରେ ଘଟଣା ସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୪ଜଣ ଅମରୋହାରୁ ଋଷିକେଶ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇବାରୁ ଏଭଳି ଦୁର୍ଘଟଣା ଘଟିଛି। ତେବେ କାର୍ ଚାଳକଙ୍କୁ ନିଦ ଆସିବା କାରଣରୁ କାରଟି ଓଲଟି ପଡିଛି ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଛି। ଏପିରିକି ଏହି ଘଟଣା ବାବଦରେ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ।