ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ସମନକୁ ଏଡାଇବାକୁ ନେଇ ୧୭ ତାରିଖ ଦିନ ଦିଲ୍ଲୀର ରୈଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କୋର୍ଟ ନ ଯାଇ ଭିସି ଜରିଆରେ ହାଜର ହୋଇଛନ୍ତି। ବଜେଟ୍ ଅଧିବେଶନ ଯୋଗୁ ଇଡିରେ ହାଜର ହୋଇନଥିବା ନେଇ ସେ ଭିସି ଜରିଆରେ କହିଛନ୍ତି। ତେବେ ମାର୍ଚ୍ଚ ୧୬ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ଆଇନ ଆନ୍ତର୍ଗତ ଧାରା ୫୦ ଆଧାରରେ କେଜ୍ରିୱାଲଙ୍କୁ ୬ଥର ସମନ କରାଯାଇଛି। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନାହାନ୍ତି କେଜ୍ରିୱାଲ। ଯାହାକୁ ନେଇ କୋର୍ଟରେ ହାଜର ହେବାକୁ ଗତ ୭ ତାରିଖରେ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଦାଲତରେ ଇଡି କହିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟମୂଳକ ଭାବେ ସମନକୁ ବାରମ୍ବାର ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ସେ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି କି ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁନାହାନ୍ତି।
ସୂଚନା ଯୋଗ୍ୟଯେ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ପଞ୍ଚମ ସମନକୁ କେଜ୍ରିୱାଲ ଫେବୃଆରୀ ୨ ତାରିଖରେ ପ୍ରତ୍ୟାଖ୍ୟାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହୋଇଥିଲା। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ ଉପରେ ଶୁଣାଣି କରି ୧୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ରୈଜ ଆଭେନ୍ୟୁ କୋର୍ଟ। ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ୫ଟି ସମନକୁ ସେ କାହିଁକି ଏଡ଼ାଇଛନ୍ତି ତାହା ସ୍ପଷ୍ଟ କରିବାକୁ ମଧ୍ୟ କୋର୍ଟ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତବର୍ଷ ନଭେମ୍ବର ୨ରେ, ଡିସେମ୍ବର ୨୧ରେ, ଚଳିତ ବର୍ଷ ଜାନୁଆରୀ ୩, ଜାନୁଆରୀ ୧୮ ଓ ଫେବ୍ରୁଆରୀ ୨ରେ ଇଡିରେ ହାଜର ହେବା ପାଇଁ ସମନ ହୋଇଥିଲା। ହେଲେ କେଜ୍ରିୱାଲ୍ କୌଣସି ଥର ବି ଇଡି ନିକଟରେ ପହଞ୍ଚି ନ ଥିଲେ ବର॰ ଏହାକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଥିଲେ।
ଅଧିକ ପଢନ୍ତୁ: ରାଜକାର୍ଯ୍ୟ କରିବାକୁ ପ୍ରିନ୍ସ ହ୍ୟାରି ପ୍ରସ୍ତୁତ