ନିକଟରେ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାର ଖବର ଆସିଥିବା ବେଳେ ଏ ନେଇ ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏହି ଘଟଣା ଜାଣିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରିନ୍ସ ହ୍ୟାରି ଇଂଲଣ୍ଡ ଆସିଛନ୍ତି।
ରାଜପରିବାର ଦ୍ବାରା ଉପେକ୍ଷିତ ହେଉଥିବା କଥା ଅନୁଭବ କରିବା ପରେ ରାଜକୁମାର ହ୍ୟାରି ତାଙ୍କର ସମସ୍ତ ରାଜକୀୟ କର୍ତ୍ତବ୍ୟରୁ ଓହରି ଯାଇଥିଲେ। କିନ୍ତୁ, ଏବେ ସେ ନିଜର ପୁରୁଣା କର୍ତ୍ତବ୍ୟ କରିବାକୁ ଆଗ୍ରହୀ ବୋଲି ଜଣାପଡ଼ିଛି। ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ପେଜ୍ ସିକ୍ସ’ ରିପୋର୍ଟ କରିଛି ଯେ, ରାଜ ପରିବାର ସହିତ ପୁନର୍ମିଳିତ ହେବାକୁ ରାଜକୁମାର ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କଲ୍ ମାଷ୍ଟର୍ପ୍ଲାନ୍ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ରାଜା ତୃତୀୟ ଚାର୍ଲସ୍ ତଥା ବାପା କର୍କଟରୋଗରେ ପୀଡ଼ିତ ହୋଇଥିବା ଖବର ଶୁଣିବା ମାତ୍ରେ ରାଜକୁମାର ହ୍ୟାରି ଇଂଲଣ୍ଡ୍ ଆସିବାକୁ ଆମେରିକାରୁ ଆସିଥିଲେ। ତେବେ ଏହି ସମୟରେ ‘ଗୁଡ୍ ମର୍ଣ୍ଣିଂ ଆମେରିକା’କୁ ୩୯ ବର୍ଷିୟ ହ୍ୟାରି କହିଛନ୍ତି ଯେ, ସମ୍ପ୍ରତି ସେ ଆମେରିକାରୁ ଇଂଲଣ୍ଡ ଯାତାୟାତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ମେଘାନ୍ ଓ ସେମାନଙ୍କର ଦୁଇ ସନ୍ତାନ କୁମାର ଆର୍ଚି ଓ ଜେମା ଲିଲିବେଟ୍ ଆମେରିକାର କାଲିଫର୍ଣ୍ଣିଆରେ ରହିବେ।
ଅଧିକ ପଢନ୍ତୁ: କାନୁଟ ଗ୍ୟାସ ଟ୍ରାଜେଡି:ଚିକିତ୍ସାଧୀନ ଅବସ୍ଥାରେ ୪ ମୃତ