ନେହା ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ବନ୍ଦ । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାକୁ ନେଇ ଲଭ୍-ଜିହାଦ ଅଭିଯୋଗ ଆଣିବା ସହିତ ହତ୍ୟାକାଣ୍ଡକୁ ପ୍ରତିବାଦ କରି ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି ।
ସୂଚନା ଅନୁଯାୟୀ, ଏପ୍ରିଲ ୧୮ ତାରିଖ ଦିନ ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ କଲେଜ କ୍ୟାମ୍ପସରେ ଦିନ ଦ୍ବିପହରରେ ଲଗାତାର ଛୁରି ଭୁସି ହତ୍ୟା କରାଯାଇଥିଲା । ନେହାଙ୍କ ପୂର୍ବତନ ପ୍ରେମିକ ଫୟାଜ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଥିଲା । ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା । ଏହି ହତ୍ୟା ଅଭିଯୋଗରେ ଫୟାଜନକୁ ଗିରଫ କରିଛି ପୋଲିସ ।
ତେବେ ଏହି ଘଟନକୁ ନେଇ ବିଜେପି କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ବିରୋଧରେ ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡକୁ ନିନାଦ କରାଯାଇ ଓ ମୃତକଙ୍କୁ ସମବେଦନା ଜଣାଇ ମୁସଲିମ୍ ସଂଗଠନ ପକ୍ଷରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି । ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ସମସ୍ତ ଦୋକାନ, ଗ୍ୟାରେଜ, ଫଳ ଓ ମାଂସ ଦେକାନ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଧାରୱାଡ଼ ଅଞ୍ଜୁମନ-ଇ-ଇସଲାମିଆ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ :ଲାଇଭ ନ୍ୟୁଜ୍ ପଢିଲାବେଳେ ମୁର୍ଚ୍ଛା ହୋଇଗଲେ ଆଙ୍କର