ଲାଇଭ ନ୍ୟୁଜ୍ ପଢିଲାବେଳେ ମୁର୍ଚ୍ଛା ହୋଇଗଲେ ଆଙ୍କର । ରେକର୍ଡ ଭାଙ୍ଗୁଛି ତାତି । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଏଭଳି ତାତି ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏହାରି ଭିତରେ ନିଜ କର୍ମ କରୁ କରୁ ମୂର୍ଚ୍ଛା ହୋଇଗଲେ ଜଣେ ମହିଳା ଆଙ୍କର । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହର ସମସ୍ତ ଖବର ଦେଉଥିବା ସମୟରେ ହିଁ ସେ ନିଜେ ଟଳିପଡିଲେ । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ ।
ହଠାତ ନ୍ୟୁଜ୍ ପଢୁ ପଢୁ ମୁର୍ଚ୍ଛା ହୋଇଗଲେ ମହିଳା ଆଙ୍କର ଜଣକ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।ମହିଳା ଆଙ୍କର ଜଣକ ମୁର୍ଚ୍ଛା ହେବା ପରେ ପାଖରେ ଥିବା ସାଥି କର୍ମଚାରୀମାନେ ତୁରନ୍ତ ତାଙ୍କ ନିକଟକୁ ଧାଇଁ ଆସିଥିଲେ । ପଶ୍ଚିମବଙ୍ଗ ଦୂରଦର୍ଶନରେ ନ୍ୟୁଜ୍ ପଢିବା ସମୟରେ ତାଙ୍କୁ ହଠାତ୍ ସବୁ କିଛି ଅନ୍ଧକାର ଦେଖାଗଲା । ତାଙ୍କ ପାଟି ଥରିବାକୁ ଲାଗିଲା ଏବଂ ତଣ୍ଟି ଶୁଖିଗଲା । ଏହାପରେ ସେ ଅଚାନକ ବସିବା ଚେୟାର ଉପରେ ହିଁ ଟଳି ପଡ଼ିଥିଲେ ବୋଲି ଆଙ୍କର ଜଣକ କହିଛନ୍ତି । ତେବେ ତାଙ୍କର ରକ୍ତଚାପ କମିଯାଇଥିବାରୁ ସେ ହଠାତ ଏଭଳି ପଡିଯାଇଥିଲେ । ଏହି ଖବରକୁ ଆଙ୍କର ଜଣକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।