ଗତ 24 ଘଣ୍ଟା ମଧ୍ୟରେ ଦେଶରେ 90,123 ଜଣ ନୂଆ କରୋନା ରୋଗୀ ଚିହ୍ନଟ
Khabar Odisha:Indias-COVID19-case-tally-crosses-50-lakh-mark-with-a-spike-of-90123
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା):

ଭାରତରେ ବର୍ତ୍ତମାନ ଏହାର ସର୍ବୋଚ୍ଚ ଶିଖରରେ ଅଛି ମହାମାରୀ କରୋନା ଭାଇରସ୍ | ଦେଶରେ ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇସାରିଲେଣି । ଏଥି ସହିତ 82 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି ମହାମାରୀ କରୋନା ଭାଇରସ୍ । ଦେଶରେ ବର୍ତ୍ତମାନ ପ୍ରାୟ 10 ଲକ୍ଷ ସକ୍ରିୟ ମାମଲା ରହିଛି ଏବଂ 39.39 ଲକ୍ଷ ଲୋକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଲେଣି।

ତେବେ ଆସନ୍ତୁ ନଜର ପକାଇବା ଗତ 24 ଘଣ୍ଟାର ପରିସଂଖ୍ୟାନ ଉପରେ -

ଗତ 24 ଘଣ୍ଟା ମଧ୍ୟରେ କରୋନାର 90,123 ଜଣ ନୂତନ ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି |

24 ଘଣ୍ଟା ମଧ୍ୟରେ 1,290 ଜଣ ରୋଗୀ ମୃତ୍ୟୁବରଣ କରିଥିଲେ

କରୋନା ମୋଟ ମାମଲା - 50,20,360 |

ସକ୍ରିୟ ମାମଲା - 9,95,933

ମୋଟ ମୃତ୍ୟୁ - 82,066

ସୁସ୍ଥ ଲୋକ - 39,42,361

  • Tags:

Subscribe

National International State Sports Entertainment