ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତ, ଟାଇଟଲ ପାଇଁ ଅଷ୍ଟ୍ରେଲିଆ ସହ ହେବ ଟକ୍କର ଖବର ଓଡିଶା : 13/03/2023 Share story: ଇତିହାସ ରଚିଲା ଟିମ୍ ଇଣ୍ଡିଆ | ଜିତିଲା ନ୍ୟୁଜିଲାଣ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଁଚିଲା ଭାରତ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇଛି । ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ପୂର୍ବରୁ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇ ସାରିଛି । ତେବେ ଲଣ୍ଡନର ଦ ଓଭାଲ ମୈଦାନରେ ଆସନ୍ତା ଜୁନ୍ ୭ରୁ ୧୧ ଯାଏଁ ଟେଷ୍ଟ ଚାମ୍ପିୟନସିପ୍ ମ୍ୟାଚ୍ ଖେଳାଯିବ ।ଏହି ମ୍ୟାଚ୍ ପାଇଁ ଗୋଟିଏ ଦିନ ରିଜର୍ଭ ଡେ ରଖାଯାଇଛି । ତେବେ ଗତବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଭାରତକୁ ମାତ୍ ଦେଇ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଟାଇଟଲ ହାତେଇଥିଲା । Khabar Odisha WTC Cricket ଖବର ଓଡ଼ିଶା, Reporter, 13/03/2023