ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାକୁ ଯାଉଛି । ଏହି ଶିଖର ବାର୍ତ୍ତା ସମୟରେ ପିଏମ ମୋଦୀ କହିଛନ୍ତି ଯେ, ଭାରତ ନିରପେକ୍ଷ ନୁହେଁ ବରଂ ଶାନ୍ତିର ପକ୍ଷଧର । ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ନିରପକ୍ଷେ ରହିନାହିଁ । ବରଂ ଶାନ୍ତିର ପକ୍ଷରେ ରହିଛି । ଏହି ସଂଘର୍ଷ ଆଲୋଚନା ଓ କୂଟନୈତିକ ମାଧ୍ୟମରେ ସମାପ୍ତ ହେବା ଉଚିତ୍ । ଆମେ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନର ସମର୍ଥନରେ ଅଛୁ । ଏହା ଉପରେ ପୁଟିନ କହିଛନ୍ତି ଯେ, ରୁଷ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ କାମ କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ଦିନରେ ବିଶ୍ୱ ସମୁଦାୟର ସମସ୍ତ ନେତାଙ୍କ ସହ ଯେବେ ମୋର ଆଲୋଚନା ହେଲା, ସେହି ସମୟରେ କହିଥିଲି ଯେ, ଭାରତ ନିରପକ୍ଷେ ନୁହେଁ । ଭାରତ ହେଉଛି ଶାନ୍ତିର ପକ୍ଷ । ଆମେ ଶାନ୍ତି ପ୍ରୟାସକୁ ସମର୍ଥନ କରୁଛୁ । ମୋତେ ପୂରା ଭରସା ଯେ, ଆଜି ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା । ଭାରତ ଓ ରୁଷର ଆର୍ଥିକ ସଂପର୍କର ବିସ୍ତାର ହେଉ । ଆମେ ନୂତନ ଉଚ୍ଚତା ପ୍ରାପ୍ତ କରୁ ।
ମୋଦୀ କହିଛନ୍ତି, ୟୁକ୍ରେନ ସଙ୍କଟ ସମୟରେ ଦୁଇ ଦେଶ ନିୟମିତ ଆଲୋଚନା କରୁଛନ୍ତି । ଆପଣ ମଧ୍ୟ ଏକ ସଚ୍ଚୋଟ ବନ୍ଧୁ ହିସାବରେ ସମୟ ସମୟରେ ସବୁ ଦିଗ ଉପରେ ଆମକୁ ଅବଗତ କରାଇଛନ୍ତି । ମୁଁ ଭାବୁଛି ଏହି ବିଶ୍ୱାସ ହିଁ ସବୁଠୁ ବଡ ଶକ୍ତି । ବିଶ୍ୱର କଲ୍ୟାଣ ଶାନ୍ତି ମାର୍ଗରେ । ସମସ୍ତଙ୍କୁ ଶାନ୍ତିର ମାର୍ଗରେ ସନ୍ଧାନ କରିବା ଉଚିତ୍ । ଗତ ଦିନରେ ଯେଉଁ ପ୍ରୟାସ ଚାଲିଛି ମୋତେ ପୂରା ବିଶ୍ୱାସ ଯେ, ଦିନେ ପୂରା ବିଶ୍ୱ ଶାନ୍ତିର ମାର୍ଗକୁ ଫେରିବ ।
Also read: ଭାରତ ଉପରେ ଟ୍ରମ୍ପଙ୍କ ଚାପ ପ୍ରଭାବହୀନ, ପୁଟିନଙ୍କ ସ୍ୱାଗତରେ ରେଡ୍ କାର୍ପେଟ୍ ବିଛାଇଲେ ମୋଦୀ- ବିଦେଶ ମିଡିଆ