ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ୨ଟି ପର୍ଯ୍ୟାୟରେ ୨ଟି ଭିନ୍ନ ଭିନ୍ନ ରକେଟ୍ ବ୍ୟବହୃତ ହେବା ନେଇ ଯୋଜନା କରିଛି ଇସ୍ରୋ। ପୂର୍ବରୁ ସରିଥିବା ୩ଟି ଚନ୍ଦ୍ରଯାନ ମିଶନରେ ଗୋଟିଏ ରକେଟ୍ ବ୍ୟବହାର ହୋଇଥିବା ବେଳେ ଚନ୍ଦ୍ରଯାନ-୪ରେ ୨ଟି ରକେଟ ବ୍ୟବହାର ହେବା ନେଇ ତଥ୍ୟ ପ୍ରକାଶ ପାଇଛି। ତେବେ ଚତୁର୍ଥ ମିଶନରେ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିବା ନେଇ ସ୍ପଷ୍ଟିକରଣ ଦେଇଛି ଇସ୍ରୋ। ଏହାକୁ ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।
ସୂଚନାଯୋଗ୍ୟ ଯେ, ୨୦୨୮ ପୂର୍ବରୁ ଲଞ୍ଚ ହେବାକୁ ଥିବା ଚନ୍ଦ୍ରଯାନ-୪ ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ। କାରଣ ଏଥିରେ ୨ଟି ରକେଟ ଏଲଭିଏମ-୩ ଓ ପିଏସଏଲଭି ରହିଥିବା ବେଳେ ଏହା ଚନ୍ଦ୍ରପୃଷ୍ଠରୁ ପଥର ଓ ମାଟିର ନମୁନା ଧରି ପୁଣି ଭାରତକୁ ଫେରିବ। ଏହି ଦୁଇ ରକେଟ ଚନ୍ଦ୍ରଯାନ-୪ ମିଶନ ପାଇଁ ଭିନ୍ନ ଭିନ୍ନ ପେଲୋଡ ଭିନ୍ନ ଭିନ୍ନ ଦିନରେ ମହାକାଶକୁ ନେବେ। ଚନ୍ଦ୍ରଯାନ-୪ରେ ୫ଟି ସ୍ପେସକ୍ରାଫ୍ଟ ମଡ୍ୟୁଲ ରହିବ। ଏହି ମଡ୍ୟୁଲ ଗୁଡିକ ହେଲା ରହିବ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର୍ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୪ଟନ୍ ପେଲୋଡ୍ ବହନକ୍ଷମ ତଥା ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ। ସେହିଭଳି PSLV ରକେଟ ଟ୍ରାନ୍ସଫର ଓ ରି-ଏଣ୍ଟ୍ରି ମଡ୍ୟୁଲ ବହନ କରି ମହାକାଶକୁ ଯିବ। ପ୍ରଥମ ଥର ପାଇଁ ଚନ୍ଦ୍ରୟାନ-୪ ମିଶନରେ ଗୋଟିଏ ରକେଟ ମହାକାଶକୁ ଛଡ଼ାଯିବାର କିଛି ଦିନ ବ୍ୟବଧାନରେ ଦ୍ବିତୀୟ ରକେଟ ଛଡ଼ାଯିବ।
ଅଧିକ ପଢନ୍ତୁ: ନାଇଜେରିଆରେ ୩୦୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅପହରଣ