ନୂଆଦିଲ୍ଲୀ: ବିବାହ ପରି ପ୍ରଥାର ବ୍ୟବହାର ପୁରାତନ ସମୟରେ ମହିଳାଙ୍କୁ ଗୁଲାମ କରିବା ପାଇଁ କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ସୁପ୍ରିମକୋର୍ଟର ଜଜ ବିଚାରପତି ସୂର୍ଯ୍ୟକାନ୍ତ । ସେ କହିଛନ୍ତି ଇତିହାସରୁ ଜଣା ପଡେ ଯେ, ସମଗ୍ର ଦୁନିଆରେ ପ୍ରତିଟି ଯୁଗରେ ଏବଂ ପ୍ରତ୍ୟେକ ସଂସ୍କୃତିରେ ବିବାହ ମହିଳାଙ୍କୁ ନିଜର ଅଧିନରେ ରଖିବାର ଏକ ହତିଆର ପାଲଟିଥିଲା । ବର୍ତ୍ତମାନ ଆଇନ ଓ ସାମାଜିକ ସୁଧାର ଜରିଆରେ ବିବାହର ବ୍ୟବସ୍ଥାରେ ସମାନତାର ଭାବନା ବିକଶିତ ହେଉଛି । ପରସ୍ପରକୁ ସମ୍ମାନ ଓ ସାମ୍ବିଧାନିକ ମୂଲ୍ୟବୋଧ ଅନୁସାରେ ସମାନତାର ଭାବନା ଆସିବା ଆରମ୍ଭ ହୋଇ ଯାଇଛି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଦିଲ୍ଲୀ ଫ୍ୟାମିଲି ଲୟର୍ସ ଆସୋସିଏସନ ଦ୍ୱାରା ଆୟୋଜିତ ସେମିନାରକୁ ସମ୍ବୋଧିତ କରି ଏହା କହିଛନ୍ତି । ଦିଲ୍ଲୀ ହାଇକୋର୍ଟର ମହିଳା ଓକିଲ ସହଯୋଗରେ ଆୟୋଜିତ ଏହି ସେମିନାରରେ ସୂର୍ଯ୍ୟକାନ୍ତ ଏହା ମଧ୍ୟ କହିଛନ୍ତି, ଭାରତ ଓ ଇଂଲଣ୍ଡ ଉଭୟ ସ୍ଥାନରେ ଏବେ ଲିଙ୍ଗଗତ ସମାନତାକୁ ପାରିବାରିକ ଆଇନର ବିକାଶ ପାଇଁ ମାନ୍ୟତା ମିଳିବାରେ ଲାଗିଛି । ଭାରତ ଓ ଇଂଲଣ୍ଡରେ ଏବେ ବିବାହ ପରି ପ୍ରତିଷ୍ଠାନ ପ୍ରତି ଭଲ ବୁଝାମଣା ବିକଶିତ ହେଉଛି । ଭାରତରେ ଏହାର ବିକାଶ ସମୟ ସହ ତାଳ ଦେଇ ଗତି କରୁଛି ।
ସୁପ୍ରିମକୋର୍ଟର ଜଜ କହିଛନ୍ତି, ସ୍ୱାଧୀନତା ପରେ ହିଁ ଭାରତୀୟ ସଂସଦ ଓ ନ୍ୟାୟପାଳିକା ପରିବାର ସହ ଜଡିତ ଆଇନକୁ ପ୍ରମୁଖତା ଦେଇଥିଲେ । ଏଥିପାଇଁ ଫ୍ରେମୱର୍କ ତିଆରି କରାଯାଇଥିଲା । ଯାହା ଆଜି ବି ପ୍ରାସଙ୍ଗିକ ରହିଛି । ବିହାରର ପଞ୍ଜିକରଣ ପ୍ରକ୍ରିୟା କରାଗଲା । ଏଥିରେ ବାଲ୍ୟ ବିବାହ ଓ ଅସହମତିରେ ହେଉଥିବା ବିବାହ ଘଟଣା ବିଷୟରେ ଜଣା ପଡିଲା । ଏହା ବ୍ୟତୀତ ଯେଉଁ ଧର୍ମରେ ବହୁ ବିବାହକୁ ଅନୁମତି ଦିଆଗଲା ନାହିଁ, ସେମାନଙ୍କ ଉପରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ରାସ୍ତା ଖୋଲିଗଲା ।
Also read: ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଙ୍କୁ ଗଳା କାଟି ହତ୍ୟା