ଆଜି ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ । ଗତକାଲି ଡ଼ିଜିପି ଦାୟିତ୍ୱରେ ଥିବା ଦିଲବାଗ ସିଂ ଅବସର ନେଇସାରିବା ପରେ ଆଜି ଜାମ୍ମୁ କାଶ୍ମୀରର ଆଇନ ଶୃଙ୍ଖଳା ଭାର ସମ୍ଭାଳିବା ପାଇଁ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ । ଶ୍ରୀନଗର ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ସେହି ସଭାରେ ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଗୁରୁ ଦାୟିତ୍ୱ ସମ୍ଭାଳିବା ସହିତ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ୧୭ ତମ ପୋଲିସ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତି ପାଇଛନ୍ତି ।
ଆଗକୁ ପଢ଼ନ୍ତୁ : ଓଡ଼ିଆ ପୁଅ ସମ୍ଭାଳିବେ ଜାମ୍ମୁ କାଶ୍ମୀରର ଆଇନ ଶୃଙ୍ଖଳା ଭାର