ଭାରତୀୟ ହକି ଜଗତରେ ପିଆର ଶ୍ରୀଜେସ ଏକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବାରେ ଶ୍ରୀଜେସଙ୍କର ଥିଲା ମହତ୍ଵପୁର୍ଣ ଅବଦାନ । ତାଙ୍କ ଗୋଲକୀପିଂ ଶୈଳୀ ନିମନ୍ତେ ତାଙ୍କୁ ଦି ୱାଲ ଅଫ ଇଣ୍ଡିଆନ ହକି ମଧ୍ୟ କୁହାଯାଏ। ତାଙ୍କର ଏହି ଅବଦାନକୁ ସବୁଦିନ ପାଇଁ ମାନେ ରଖିବା ପାଇଁ ହକି ଇଣ୍ଡିଆ ବୁଧବାର ଦିନ ତାଙ୍କ ୧୬ନଂ ଜର୍ସିକୁ ମଧ୍ୟ ଅବସର ଦେଇଛି । ୩୬ବର୍ଷୀୟ ଖେଳାଳି ଅବସର ପରେ ଜୁନିଅର ହକି ଟିମକୁ ପ୍ରସିକ୍ଷଣ ଦେବେ । ଏଠାରେ ୧୬ନଂ ଜର୍ସିକୁ ସିନିଅର ଟିମରୁ ବିଦାୟ ଦିଅ ଯାଇଥିଲେ ହେଁ ଜୁନିଅର ଟିମରୁ ବାଦ ଦିଆ ଯାଇନାହିଁ ।
ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ହକି ଇଣ୍ଡିଆ ର ସେକ୍ରେଟାରୀ ଜେନେରାଲ ଭୋଳାନାଥ ସିଂ ନିଜ ମତ ପ୍ରକାଶ ପୂର୍ବକ କହିଥିଲେ " ଶ୍ରୀଜେସ ଦ୍ଵିତୀୟ ଶ୍ରୀଜେସ ଙ୍କୁ ଗଢିତୋଳିବେ ଯିଏ ସେହି ୧୬ନଂ ଜର୍ସିପାଇଁ ଯୋଗ୍ୟ ହେବ ।"
ସୂଚନାଯୋଗ୍ୟ ଗତ ଦୁଇ ଦଶନ୍ଧି ଧରି ଗୋଲକିପର ଶ୍ରୀଜେସ ଭାରତୀୟ ହକି ଦଳକୁ ନିଜସ୍ୱ ପ୍ରତିଭା ଵଳରେ ବହୁ ଆଗକୁ ନେଇଯାଇଛନ୍ତି । ଲଗାତାର ଭାବେ ଶେଷ ୨ ଅଲିମ୍ପିକ୍ସରେ (ଟୋକିଓ ତଥା ପ୍ୟାରିସ) ଭାରତକୁ କାଂସ୍ୟ ପଦକ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏବଂ ଆଗକୁ ମଧ୍ୟ ଏପରି ଦାଇତ୍ୱ ନିର୍ବାହ କରି ଭାରତୀୟ ହକି ଦଳକୁ ଆହୁରି ମଜବୁତ କରିବେ ।