ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା):
ଦେଶରେ ବଢୁଥିବା ଦୈନିକ ସଂକ୍ରମଣ ଏବଂ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍କୁ ଦୃଷ୍ଟିରେ ରଖି ଡିଜିସିଏ କର୍ତ୍ତୃପକ୍ଷ ଆନ୍ତର୍ଜାତୀୟ ବେସାମରିକ ଯାତ୍ରୀ ସେବା ସ୍ଥଗିତାଦେଶକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଏହି ସ୍ଥଗିତାଦେଶ ମାଲ ପରିବହନକାରୀ ବିମାନ ଉପରେ ଲାଗୁ ହେବନ ନାହିଁ।
ତେବେ ଏୟାର ବବୁଲ୍ ବ୍ୟବସ୍ଥାରେ ବିମାନ ପ୍ରଭାବିତ ହେବ ନାହିଁ, ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଏହି କଟକଣଅକୁ ସ୍ୱୀକାର କରିବାକୁ ଏବଂ କଡାକଡି ପାଳନ କରିବାକୁ କୁହାଯାଇଛି। କରୋନା ମହାମାରୀ ହେତୁ ୨୦୨୦ ମାର୍ଚ୍ଚ ୨୩ ରୁ ଭାରତରେ ଆନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରହିଛି , ଏହାପୂର୍ବରୁ, ଡିସେମ୍ବର ୯ ରେ, ଡିଜିସିଏ ଏହି ପ୍ରତିବନ୍ଧକକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।