ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :
କୃଷକ ଓ ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଛି । କିନ୍ତୁ ସବୁଥର ଏହା ବିଫଳ ହେଉଛି । କୌଣସି ପରିଣାମ ବାହାରୁ ନାହିଁ । ଏହା ମଧ୍ୟରେ କୃଷକମାନେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ଧମକ ଦେଇଛନ୍ତି । ଭାରତୀୟ କୃଷକ ୟୁନିଅନର ସଦସ୍ୟ ରାକେସ ଟିକୈତ ଏନେଇ ସୂଚନା ଦେଇଛନ୍ତି ।କିନ୍ତୁ ଏହା ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଭାରତୀୟ କୃଷକ ସଭାର ମହାସଚିବ ହନ୍ନାନ ମୋଲହ ।
ହନ୍ନାନ କହିଛନ୍ତି ଯେ, ଏହା ଟିକୈତଙ୍କ ବ୍ୟକ୍ତିଗତ ମତ । ସେ ଏବାବଦରେ କିଛି ଜାଣନ୍ତି ନାହିଁ । ଆଗକୁ କଣ ହେବ ତାହା ଆସନ୍ତା ୧୮ ତାରିଖରେ ସ୍ପଷ୍ଟ ବାବେ ସୂଚନା ଦିଆଯିବ । ଜାନୁଆରୀ ୧୫ରେ ସରକାର ଓ କୃଷକଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଚାଲିଛି । ସୁପ୍ରିମକୋର୍ଟ କୃଷକହ୍କ ସମସ୍ୟାର ସମାଧାନ ପାଇଁ କମିଟି ମଧ୍ୟ ଗଠନ କରିଛନ୍ତି ।
ଗଣତନ୍ତ୍ର ଦିବସରେ ଟ୍ରାକ୍ଚର ରାଲି ବାବଦରେ ସଙ୍ଗଠନମାନେ କହୁଛନ୍ତି । ତେବେ ପ୍ରଶାସନ ଏହାକୁ ରୋକିବା ପାଇଁ ଅଣ୍ଟାଭିଡିଛି । କୃଷକମାନେ ଟ୍ରାକ୍ଟର ପରେଡର ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଲେଣି । ଗୁରୁବାର ବିଜନୈରରୁ କୃଷକମାନେ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ । ଶତାଧିକ କୃଷକ ଏଥିରେ ସାମିଲ ହେବା ସହ କଳାପତାକା ପ୍ରଦର୍ଶନ କରିଥିଲେ ।
କୁହାଯାଉଛି ଯେ, ସରକାର କୃଷକ ସଙ୍ଗଠନ ସହ ଶୁକ୍ରବାର ଆଲୋଚନାରେ ଏହାକୁ ବନ୍ଦ କରିବା ପାଇଁ ପ୍ରୟାସ କରିବେ । ନଚେତ ଉଭୟ ପକ୍ଷ ମଧ୍ୟରେ ବିଷମ ପରିସ୍ଥିତି ଉପୁଜିପାରେ ।