ଭୂକମ୍ପରେ ଥରିଲା ଆସାମ । ସକାଳୁ ସକାଳୁ ଆସାମରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ । ସକାଳୁ ଭୂକମ୍ପ ଅନୁଭୂତ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଲୋକମାନେ ଘରୁ ବାହାରି ଏଣେତେଣେ ଦୌଡ଼ିବା ପାଇଁ ଆରମ୍ଭ କରିଥିଲେ । ଭୂକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ସ୍ଥଳଭାଗ ଛୁଇଁବ ବାତ୍ୟା 'ମିଗଜୋମ'