ସ୍ଥଳଭାଗ ଛୁଇଁବ ବାତ୍ୟା । ଆଜି ପୂର୍ବାହ୍ନ ସମୟରେ ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ମିଗଜୋମ । ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବାତ୍ୟାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆନ୍ଧ୍ର ପ୍ରଦେଶର ୮ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳରୁ ବର୍ଷାର ସମ୍ଭାବନା ଥିବାରୁ ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାରେ ଓଡ୍ରଫ୍ ଟିମ୍କୁ ମୁତୟନ କରାଯାଇଛି । ମାଡି ଆସୁଛି ସାମୁଦ୍ରିକ ଝଡ଼ ମିଗଜୋମ । ମିଗଜୋମ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହେବ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେତୋଟି ଟ୍ରେନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି ।
ଆଗକୁ ପଢ଼ନ୍ତୁ : ମାଡି ଆସୁଛି ବାତ୍ୟା ‘ମିଗଜୋମ’