ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ଶନିବାର ଦିନସାରା ଆକାଶ ମେଘୁଆ ରହିଥିଲା। ଦିଲ୍ଲୀରେ ୧୦୧ ବର୍ଷ ମଧ୍ୟରେ ଡିସେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ ଦିନସାରା ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଥିଲା।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୧୯୨୩ ଡିସେମ୍ବର ୩ ତାରିଖରେ ଜାତୀୟ ରାଜଧାନୀରେ ଗୋଟିଏ ଦିନରେ ସର୍ବାଧିକ ୭୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଆଇଏମ୍ଡ଼ି ଅଧିକାରୀଙ୍କ କହିବାନୁସାରେ, ୧୯୦୧ ମସିହାରେ ଏହି ତଥ୍ୟ ରେକର୍ଡ ହେବା ପରଠାରୁ ଡିସେମ୍ବର ୨୦୨୪ ମାସ ହେଉଛି ମାସଅନୁସାରେ ପଞ୍ଚମ ସର୍ବାଧିକ ବୃଷ୍ଟିପାତ।
ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଶେଷ ହୋଇଥିବା ୨୪ ଘଣ୍ଟିଆ ବର୍ଷା ୧୯୦୧ ପରଠାରୁ ଦ୍ବିତୀୟ ସର୍ବାଧିକ। ମାସିକ ବୃଷ୍ଟିପାତ ହେଉଛି ପଞ୍ଚମ ସର୍ବାଧିକ। ସକାଳ ସାଢ଼େ ୮ଟାରେ ଶେଷ ହୋଇଥିବା ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଘଣ୍ଟିଆ ବର୍ଷା ହୋଇଛି।
ସକ୍ରିୟ ପଶ୍ଚିମ ବିକ୍ଷୋଭ ଏବଂ ପୂର୍ବ ପବନ ସହ ଏହାର ସଂସ୍ପର୍ଶରେ ଆସିବା କାରଣରୁ ଦିଲ୍ଲୀ-ଏନସିଆର ସମେତ ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେଉଛି ବୋଲି ଆଇଏମଡି କହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୧୫.୮ ଡିଗ୍ରୀ ସେଲସିୟସ ରହିଛି, ଯାହା ସ୍ୱାଭାବିକଠାରୁ ୪.୬ ଡିଗ୍ରୀ କମ୍ । ଶନିବାର ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହା କି ଋତୁର ହାରାହାରି ତାପମାତ୍ରାଠାରୁ ୬ ଡିଗ୍ରି ଅଧିକ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରବିବାର ଘନ କୁହୁଡ଼ି ଏବଂ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୭ ଓ ୯ ଡିଗ୍ରୀ ସେଲସିୟସ ରହିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ଶନିବାର ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀର ବାୟୁଗୁଣବତ୍ତା ୧୩୫କୁ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି