ସରିଯାଉଛି ବର୍ଷ ୨୦୨୪, ଆଉ ଦିନକ ପରେ ଆସୁଛି ନୂଆବର୍ଷ ୨୦୨୫ । ତେବେ ନୂଆବର୍ଷରେ ସମସ୍ତେ କିଛି ନୂଆ କରିବାକୁ ଚାହାନ୍ତି, ଯେମିତି ଏ ବର୍ଷ ସେମାନଙ୍କ ପାଇଁ ସଫଳତାର ବର୍ଷ ପାଲଟିବ । ତେବେ ଅନେକ ଲୋକେ ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରି ପାରି ନଥାନ୍ତି । ପ୍ରାଇଭେଟ ଚାକିରି ହେଉ ଅବା ସରକାରୀ, ଅନେକ ମଧ୍ୟବିତ୍ତ ଲୋକଟି ନିଜ ଭବିଷ୍ୟତକୁ ନେଇ ଚିନ୍ତା କରୁଥାଏ । ତେବେ ଆଜିର ଚେଷ୍ଟା, ଆପଣଙ୍କ ଆସନ୍ତାକାଲିକୁ ପ୍ରଭାବିତ କରିବ । ଭବିଷ୍ୟତ ସୁରକ୍ଷିତ ଦିଗରେ ଏହା ବିଶେଷ କାର୍ଯ୍ୟକାରୀ ହେବ, ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ସଞ୍ଚୟ କଲେ ଆପଣଙ୍କ ବି ହୋଇପାରିବେ କୋଟିପତି ।
ମାସିକ ମାତ୍ର ୫ ହଜାର ଟଙ୍କା ସଞ୍ଚୟ କଲେ ଆପଣ ଖୁବ୍ଶୀଘ୍ର କୋଟିପତି ହୋଇଯିବେ । ବର୍ତ୍ତମାନ ସମୟରେ ସମସ୍ତେ ମୁ୍ୟଚୁଆଲ ଫଣ୍ଡ ବାବଦରେ ଜାଣନ୍ତି, ହେଲେ ଏହି ଫଣ୍ଡ ଯେ ଆପଣଙ୍କୁ କୋଟିପତି କରିଦେବ, ତାହା ଅନେକ ଲୋକ ଜାଣନ୍ତିନି ।
ଏହି ମୁ୍ୟଚୁଆଲ ଫଣ୍ଡ ଏସଆଇପି ମାଧ୍ୟମରେ ଆପଣ କିଛି ବର୍ଷ ମଧ୍ୟରେ କୋଟିପତି ହୋଇପାରିବେ । ଯଦି ଆପଣ ପ୍ରତି ମାସରେ ୫ହଜାର ଟଙ୍କା ଜମା କରୁଛନ୍ତି, ତେବେ ଆପଣ ୨୨ ବର୍ଷ ପରେ କୋଟିପତି ହୋଇଯିବେ । ଆପଣଙ୍କ ପାଖେ ମୋଟ୍ ୧ କୋଟି ୩୦ ଲକ୍ଷ ଟଙ୍କା ରହିବ । ଆପଣ ମାସିକ ୫ ହଜାର ଟଙ୍କା ରଖିଲେ ୨୨ ବର୍ଷ ଭିତରେ ଆପଣ ୧୩.୨୦ ଲକ୍ଷ ସଞ୍ଚୟ କରିଥିବେ, ହେଲେ ଆପଣଙ୍କୁ ବାଷିର୍କ ୧୫ % ହିସାବରେ ରିଟର୍ଣ୍ଣ ମିଳିବ । ତେଣୁ ୨୨ ବର୍ଷରେ ଆପଣ ୧୩.୨୦ ଲକ୍ଷ ସଞ୍ଚୟ କରି ପାଇପାରିବେ ୧.୦୩ କୋଟି ଟଙ୍କା ।
ଯଦି ଆପଣ ନୂଆବର୍ଷ ୨୦୨୫ରୁ ଏସଆଇପି କରୁଛନ୍ତି ତେବେ ୨୦୪୫ ବେଳକୁ ଆପଣ ବାର୍ଷିକ ୧୫% ରିଟର୍ଣ୍ଣ (ସୁଧ) ଆକାରରେ ମୋଟ ୧ କୋଟି ୩୯ ଲକ୍ଷ ୧୮ ହଜାର ୧୫୬ ଟଙ୍କା ପାଇପାରିବେ । ହେଲେ ଏହି ୨୨ ବର୍ଷ ମଧ୍ୟରେ ଆପଣ ଜମା କରିଥିବେ ମୋଟ ୩୪ ଲକ୍ଷ ୩୬ ହଜାର ୫ଶହ ଟଙ୍କା । ତେଣୁ ୨୦୨୫ ଆରମ୍ଭରୁ ଟଙ୍କା ନିବେଶ କରି ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରନ୍ତୁ ।