ଅଯୋଧ୍ୟା: ଆଉ କେଇଟା ଦିନର ବ୍ୟବଧାନ ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହେବ ପବିତ୍ର ମହାକୁମ୍ଭ ମେଳା । ଆଉ ଏହି ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶର କୋଣ ଅନୁକୋଣରୁ ଆସିବେ ସାଧୁ, ସନ୍ଥ, ସନ୍ୟାସି । ତେବେ ଏହି ପବିତ୍ର ମହାସଙ୍ଗମର ଆସିବାକୁ ଥିବା ଶ୍ରଦ୍ଧାଳୁମାନେ ଅଯୋଧ୍ୟାରେ ମହାପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ମଧ୍ୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାୟ ୩କୋଟି ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବେ ବୋଲି ଅନୁମାନ କରାଯାଉଛି । ଭକ୍ତଙ୍କ ଆଗମନ ପାଇଁ ଏବେ ସଜେଇ ହେଉଛି ଅଯୋଧ୍ୟ ନଗରୀ ।
ରିପୋର୍ଟ ମୁତାବକ ପ୍ରୟାଗରାଜ ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ଶ୍ରଦ୍ଧାଳୁ ରାମ ଲାଲାଙ୍କ ଭବ୍ୟ ଦର୍ଶ ପାଇଁ ଅଯୋଧ୍ୟା ଆଗମନ କରିପାରନ୍ତି । ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏହା ଆକଳନ କରାଯାଇଛି ଯେ ଜାନୁୟାରୀ ୧୨ ଏବଂ ୧୩ରେ ପ୍ରାୟ ୨.୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ମେୟର ରିରିଶ ପତି ତ୍ରିପାଠୀଙ୍କ ସୂଚନା ମୁତାବକ, ମହାକୁମ୍ଭରେ ପ୍ରାୟ ୨୫ କୋଟି ଲୋକ ଆସି ପାରନ୍ତି । ଅଢ଼େଇ କୋଟିରୁ ୩ କୋଟି ଶ୍ରଦ୍ଧାଳୁ ଅଯୋଧ୍ୟା ଆସିପାରନ୍ତି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ଦେଢ଼ ଲକ୍ଷରୁ ୨ ଲକ୍ଷ ଭକ୍ତ ଆସୁଥିବାବେଳେ ନୂଆ ବର୍ଷ ଦିନ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ।
ଶୀତକୁ ଦେଖି ପ୍ରାୟ ୫ ଜହାର ଲୋକ ରହିବା ଭଳି ଟେଣ୍ଟ ହାଉସର ବ୍ୟବସ୍ଥା କରିବାକୁ ପର୍ଯ୍ୟଟନ ବିଭାଗକୁ ନିବେଦନ କରାଯାଇଛି । ଗୋଟିଏ ଟେଣ୍ଟ ଅଯୋଧ୍ୟାରେ ମଧ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଶ୍ରଦ୍ଧାଳୁମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼େ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।