ନୂଆଦିଲ୍ଲୀ: ଦେଶରେ ବହୁ ଘରୋଇ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ ମାନେ ଚାକିରି ଛାଡୁଛନ୍ତି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ଚିନ୍ତା ବଢାଇଛି । ବହୁ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡିବା ବ୍ୟାଙ୍କ କାର୍ଯ୍ୟକୁ ଗୁରୁତର ପ୍ରଭାବିତ କରିଛି । ସ୍ମଲ ଫାଇନ୍ସାସ ବ୍ୟାଙ୍କ ଗୁଡିକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି ।
୨୦୨୩-୨୪ରେ ସରକାରୀ ବ୍ୟାଙ୍କ ତୁଳନାରେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥିଲା । ହେଲେ ଗତ ୩ ବର୍ଷ ଧରି ଲଗାତାର ଘରୋଇ ବ୍ୟାଙ୍କରୁ କର୍ମଚାରୀ ଚାକିରି ଛାଡ଼ିବା ପରେ ଏହାର ହାର ପୂର୍ବପେକ୍ଷା ୨୫ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ କହିଛି, ଏତେ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡ଼ିବା ଦ୍ୱାରା ଗ୍ରାହକ ସେବାରେ ବିଭ୍ରାଟ ସୃଷ୍ଟି ହେବ । ଏଥିସହ ସଂସ୍ଥା ବିଷୟରେ କର୍ମଚାରୀଙ୍କ ଜ୍ଞାନ କମ୍ ରହିବ । ତେବେ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ଦୃଢ ରଣନୀତିର ଆବଶ୍ୟକତା ରହିଛି ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।