ଜୟପୁର: ରାଜସ୍ଥାନର କୋଟପୁଟଲି-ବେହରୋର ଜିଲ୍ଲାର କିରତପୁରା ଗାଁର ଜଣେ ୩ ବର୍ଷର ନାବାଳିକାକୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସପ୍ତାହେ ତଳେ ଚେତନା ବୋରୱେଲରେ ପଡ଼ିଯାଇଥିଲେ। ୮ ଦିନ ହେଲା ବୋରୱେଲରେ ଫସି ରହିଥିବା ଚେତନାଙ୍କ ଅବସ୍ଥା ନେଇ ସମସ୍ତ ଅଧିକାରୀ ଚୁପ୍ ରହିଛନ୍ତି। ଜିଲ୍ଲାପାଳ କଳ୍ପନା ଅଗ୍ରୱାଲ ଦାବି କରିଛନ୍ତି ଯେ ରାଜସ୍ଥାନରେ ଏହା ସବୁଠାରୁ କଷ୍ଟକର ଅପରେସନ। ଗତ ଡିସେମ୍ବର ୨୮ ତାରିଖରେ ଚେତନାଙ୍କ ପରିବାର ଓ ଗ୍ରାମବାସୀ ମଧ୍ୟ ପ୍ରଶାସନର ଅବହେଳା ଅଭିଯୋଗ ଆଣିଥିଲେ।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ସବ୍ ଇନ୍ସପେକ୍ଟର ମହାବୀର ସିଂହ କହିଛନ୍ତି ଯେ ଏନଡିଆରଏଫ ଏବଂ ଅନ୍ୟ ବିପର୍ଯ୍ୟୟ ପରିଚାଳନା କର୍ମଚାରୀମାନେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଖୋଳାଯାଇଥିବା ସୁଡ଼ଙ୍ଗ ଭିତରେ ଥିଲେ ଏବଂ ସେମାନଙ୍କ ଲକ୍ଷ୍ୟ ନିକଟକୁ ଯାଉଥିଲେ। ସେ କହିଛନ୍ତି ଯେ ଯବାନମାନେ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଖନନ କରାଯାଉଛି।
ଇନ୍ସପେକ୍ଟର ମହାବୀର ସିଂହ ଗଣମାଧ୍ୟମକୁ କହିଛନ୍ତି, ଆମେ ସଠିକ୍ ସ୍ଥିତି ଦେଇପାରିବୁ ନାହିଁ। ଉଦ୍ଧାରକାରୀମାନେ (ସୁଡ଼ଙ୍ଗ ଦେଇ) ପୁଣି ଉପରକୁ ଚଢ଼ୁଛନ୍ତି। ସେମାନେ ବାହାରକୁ ଆସିବା ପରେ ଆମେ ଆପଣଙ୍କୁ କହିବୁ ଯେ ଆମେ କେତେ ଖନନ କରିଛୁ। ଆମେ ପ୍ରତି ସେକେଣ୍ଡରେ ଆମ ଲକ୍ଷ୍ୟର ନିକଟତର ହେଉଛୁ। ଯବାନମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଖନନ ଚାଲିଛି। ଆମେ ବିଶେଷଜ୍ଞମାନଙ୍କୁ ଡାକିଛୁ ଯାହାଦ୍ୱାରା ଆମେ ସଠିକ୍ ଦିଗରେ ଖନନ ଜାରି ରଖିବୁ। ଆମ ପାଖରେ ଏଥିପାଇଁ ଉପକରଣ ମଧ୍ୟ ଅଛି, ଯାହାଆମକୁ ମାର୍ଗଦର୍ଶନ କରିବା ପାଇଁ ବ୍ୟବହୃତ ହେଉଛି। ଆମ ସୈନିକମାନେ ଏହି ପରିସ୍ଥିତିରେ ଦୃଢ଼ତାର ସହ ଠିଆ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଜିମ୍ମି କାର୍ଟରଙ୍କ ନାମରେ ନାମିତ କରାଯାଇଛି ଭାରତର ଏହି ଗାଁ