ଜମି ବିବାଦକୁ ନେଇ ଜଣେ 20 ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଭାଇଙ୍କ ମୁଣ୍ଡ କାଟି ଦେଇଛି ଏବଂ କଟାଯାଇଥିବା ମୁଣ୍ଡ ସହିତ ସେଲଫି ନେଇଛନ୍ତି ଅଭିଯୁକ୍ତର ବନ୍ଧୁମାନେ | ଘଟଣା ଘଟିଛି ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ | ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା କରୁଛି । ପୋଲିସ ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ ତଦନ୍ତ ଅନୁସାରେ, ମୃତକ ହେଉଛନ୍ତି କାନୁ ମୁଣ୍ତା । ଡିସେମ୍ବର ୧ ରେ ସେ ବିଲରେ କାମ କରିବାକୁ ଗଲା ବେଳେ କାନୁ ଘରେ ଏକୁଟିଆ ଥିଲେ । ସେ ଯେତେବେଳେ ବିଲରୁ ଫେରିଲେ, ଗାଁ ଲୋକ ତାଙ୍କୁ କହିଥିଲେ ଯେ, ତାଙ୍କ ପୁତୁରା ସାଗର ମୁଣ୍ତା କାନୁଙ୍କୁ ଅପହରଣ କରି ନେଇଯାଇଛି ଏବଂ କାନୁଙ୍କ ପତ୍ତା ବି ମିଳୁନାହିଁ । ତାଙ୍କ ପିତା ଦେଶାଇ ମୁଣ୍ତା ପୁଅ ଅପହରଣ ନେଇ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦେଇଥିଲେ ।
କାନୁଙ୍କୁ ଖୋଜିବାକୁ ଯାଇଥିବା ପୋଲିସର ଏକ ଟିମ୍ ତାଙ୍କ ମରଶରୀରକୁ କୁମାଙ୍ଗ ଗୋପଲା ଜଙ୍ଗଲରୁ ପାଇଥିବା ବେଳେ ତାଙ୍କର ମୁଣ୍ତକୁ ୧୫ କି.ମି ଦୂର ଦୁଲୱା ଟୁଙ୍ଗ୍ରି ଅଞ୍ଚଳରୁ ଠାବ କରିଥିଲା । ଏନେଇ ମୁର୍ହୁ ଥାନା ପୋଲିସ ଅଧିକାରୀ ଚୁଡ଼ାମଣି ଟୁଡୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରୁ ୬ଟି ମୋବାଇଲ, ୨ଟି ରକ୍ତ ଜୁଡୁବୁଡୁ ଧାରୁଆ ଅସ୍ତ୍ର, କୁରାଡ଼ି ଏବଂ ଏସ୍ୟୁଭି ଜବତ କରିଛି ପୋଲିସ । ଆଶ୍ଚର୍ଯ୍ୟର କଥା ହେଲା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟ ଯୁବକ କାନୁଙ୍କ କଟାମୁଣ୍ତ ସହ ସେଲଫି ମଧ୍ୟ ନେଇଥିଲେ ।