କର୍ଣ୍ଣାଟକରେ କଂଗ୍ରେସର ସରକାର ଆସିବା ପରେ ରାଜ୍ୟରେ ଇନ୍ଦିରା କ୍ୟାଣ୍ଟିନ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ନିର୍ବାଚନରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ବନ୍ଦ ହୋଇପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ ପୁଣି ଆରମ୍ଭ କରାଯିବ । ରାଜ୍ୟରେ ପୂର୍ବ କଂଗ୍ରେସ ସରକାର ସମୟରେ ଏହି କ୍ୟାଣ୍ଟିନ ଆରମ୍ଭ ହୋଇଥିଲା, କିନ୍ତୁ ବିଜେପି ପୁନର୍ବାର କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନ ବନ୍ଦ ହୋଇଯାଇଥିଲା।
ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ, ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ଇନ୍ଦିରା କ୍ୟାଣ୍ଟିନ। ଏହି କ୍ୟାଣ୍ଟିନରେ ଲୋକମାନେ କମ ଦରରେ ଖାଦ୍ୟ ପାଇପାରିବେ । ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର ଖାଇପାରିବେ । ତେବେ ରାଜ୍ୟରେ ବିଜେପି ସରକାରରେ ଆସିବା ପରେ କ୍ୟାଣ୍ଟିନକୁ ବନ୍ଦ କରିଦିଆଯାଇଥିଲା । ଦେଶର ସବୁ ଜିନିଷର ଦରଦାମ ବୃଦ୍ଧି ହେଉଛି । ଖାଦ୍ୟ ପାନୀୟର ଦାମ ବଢିବାରେ ଲାଗିଛି । ଉଲ୍ଲେଖ ଥାଉ କି ଇନ୍ଦିରା କ୍ୟାଣ୍ଟିନରେ ଥିବା ମେନୁ ପ୍ରତିଦିନ ବଦଳାଯାଇଥାଏ । ତେବେ ଜଳଖିଆରେ ଉପମା, ପୋଙ୍ଗଲ୍ ଏବଂ ଇଡଲି ସହିତ ଅନ୍ୟାନ୍ୟ ଜିନିଷ ପରିବେଷଣ କରାଯିବ |